ଆତଙ୍କବାଦୀ ଶିବିର ଧ୍ବସଂ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

0

ଶ୍ରୀନଗର :  ଜମ୍ମୁ-କାଶ୍ମୀରରେ ପୁଲିସ୍‍ ଓ ସୁରକ୍ଷା ବାହିନୀ ଯବାନମାନେ କୁଲ୍‍ଗାମ୍‍ ଜିଲ୍ଲାରେ ଥିବା ଏକ ଆତଙ୍କବାଦୀ ଆଡ୍ଡାସ୍ଥଳୀକୁ ନଷ୍ଟ କରିଦେଇଛନ୍ତି । ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ୟାରିପୋରାର ମହମ୍ମଦ ଆୟୁବ୍‍ ର‍୍ୟାଦର୍‍ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ସୁରକ୍ଷା ବାହିନୀ ସୂତ୍ରରେ କୁହାଯାଇଛି, ନିର୍ଦ୍ଦିଷ୍ଟ ସୂଚନା ପାଇ ପୁଲିସ୍‍ ଓ ଯବାନମାନଙ୍କର ଏକ ମିଳିତ ଦଳ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ସେହି ସ୍ଥାନରୁ ଗ୍ରେନେଡ୍‍, ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ୍‍ କରାଯାଇଛି ।

Leave A Reply