ସ୍ବାଧୀନତା ପୂର୍ବର ରେସ୍ତୋରାଁ ଫ୍ଲୁରିସ୍, ୯୧ ବର୍ଷ ଧରି ଗ୍ରାହକଙ୍କ ନିରନ୍ତର ସେବାରେ

0

ଭାରତରେ ରେସ୍ତୋରାଁର ସଂଖ୍ୟା ଦିନକୁଦିନ ବଢ଼ିଚାଲିଛି। ପ୍ରତି ଗଳିକନ୍ଦିରେ ଖୋଲା ହେଉଛି ରେସ୍ତୋରାଁ ତଥା ବେକରି ସପ୍। ବର୍ତ୍ତମାନର ପିଢ଼ି ଘର ଅପେକ୍ଷା ବାହାରେ ଖାଇବାକୁ ଅଧିକ ସୁଖ ମଣୁଛି। କାରଣ ସେସବୁ ସ୍ଥାନର ପରିବେଶ ସାଙ୍ଗସାଥୀଙ୍କ ସହ ଖୁବ୍ ଖାପଖାଉଛି।

ଏବର ବୟସ୍କ ପିଢ଼ିଙ୍କ ମତରେ ରେସ୍ତୋରାଁ ଫେଶନ୍ ଏଇ କିଛିବର୍ଷ ହେଲା ବଢ଼ିବାରେ ଲାଗିଛି। ତେବେ ପ୍ରକୃତରେ କିନ୍ତୁ ୯୧ ବର୍ଷ ଅତିବାହିତ ହୋଇଗଲାଣି।

୧୯୨୭ବେଳକୁ କଲକାତାର ପାର୍କ ଷ୍ଟ୍ରିଟରେ ଖୋଲାଯାଇଥିଲା ‘ଫ୍ଲୁରିସ୍’ ବେକରି ସପ୍। ଲଣ୍ଡନନିବାସୀ ଦମ୍ପତି ଶ୍ରୀ ଓ ଶ୍ରୀମତୀ ଜୋ ଫ୍ଲୁରି ହିଁ ଏହି ବେକରି ଦୋକାନର ଶୁଭାରମ୍ଭ କରିଥିଲେ। ପ୍ରଥମେ ବିଦେଶୀ ଗ୍ରାହକ ଓ ପରେ ଦେଶୀ ଲୋକଙ୍କ ଭିଡ଼ ଏଠାରେ ବଢ଼ିଥିଲା।

ଏହି ଦମ୍ପତି କଲକାତାରେ ୪୨ ବର୍ଷ ରହିବା ପରେ ହିଁ ଏକ ରେସ୍ତୋରାଁ ଆରମ୍ଭ କରିବାର ନିଷ୍ପତ୍ତି ନେଇଥିଲେ। ମାତ୍ର ବର୍ଷ କେଇଟାରେ ସେମାନଙ୍କ ଏହି ବେକରି ସପ୍ ପୂରା କଲକାତାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା।

ସେସମୟରେ ଏହା ‘କପଲ୍ ରେସ୍ତୋରାଁ’ ଭାବେ ଲୋକପ୍ରିୟ ହୋଇଥିଲା। ଆଜି ଏହି ବେକରି ସପର ଅନ୍ୟ ବିଭାଗ ମୁମ୍ବଇରେ ମଧ୍ୟ ଖୋଲିଲାଣି। ୯୧ ବର୍ଷ ଧରି ଗ୍ରାହକଙ୍କ ନିରନ୍ତର ସେବାରେ ଆଦୌ ହେଳା କରିନାହିଁ ଏହି ଦୋକାନ। ଦୈନିକ ଏଠାରେ ଲକ୍ଷାଧିକ ଟଙ୍କାର ବ୍ୟବସାୟ ହେଉଥିବାର ପ୍ରକାଶ।

 

 

Leave A Reply