ପାର୍ଟି ଚାଲିଥିବା ବେଳେ ଘର ଉପରେ ପଡିଲା ପ୍ଲେନ୍ ; ୫ ମୃତ

0

କାଲିଫର୍ଣ୍ଣିୟା : ଆମେରିକା ର କାଲିଫର୍ଣ୍ଣିୟାରେ ଏକ ଘର ଉପରକୁ ଏକ ପ୍ଲେନ ଖସି ପଡିଛି । ଏହି ଦୁର୍ଘଟଣାରେ ପାଇଲଟ ସମତେ ୫ ଜଣଙ୍କ ମୃତ୍ୟୁ ଘଟିଛି । ପ୍ଲେନଟି ଉଡୁଥିବା ବେଳେ ହଠାତ୍ ନିୟନ୍ତ୍ରଣ ହରାଇ ଘର ଉପରକୁ ଖସି ପଡିଥିଲା ଓ ପରେ ସେଥିରେ ନିଆଁ ଲାଗିଯାଇଥିଲା। ସେହି ସମୟରେ ଘରେ ପାର୍ଟି ଚାଲିଥିଲା । ଏହି ଦୁର୍ଘଟଣାରେ ଘରେ ଉପସ୍ଥିତ ଥିବା ୪ ଜଣଙ୍କ ମୁତ୍ୟୁ ଘଟିଛି ଏବଂ ଦୁଇ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ମହିଳା ରହିଛନ୍ତି ।

ପଡୋଶୀଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ପ୍ଲେନର କିଛି ଅଂଶ ଅନ୍ୟ ଘରେ ମଧ୍ୟ ପଡିଥିଲା । ହେଲେ ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ। ଏହି ପ୍ଲେନଟି ୧୯୮୧ ମସିହାରେ ନିର୍ମାଣ କରାଯାଇଥିଲା।

Leave A Reply