ଜାଣନ୍ତୁ କାହିଁକି ପିଜ୍ଜାକୁ ୩କୋଣିଆ କଟାଯାଏ ?

0

ଇଟାଲୀର ପାରମ୍ପରିକ ଖାଦ୍ୟ ହେଉଛି ପିଜ୍ଜା। ବର୍ତ୍ତମାନ ବିଶ୍ବସ୍ତରରେ ଏହା ବେଶ୍ ଲୋକପ୍ରିୟ। ନାମକରା କମ୍ପାନୀଗୁଡ଼ିକ ପିଜ୍ଜା ବ୍ୟବସାୟରେ ବାର୍ଷିକ କୋଟିକୋଟି ଟଙ୍କାର ଲାଭବାନ୍ ହେଉଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ୯୯୭ ଖ୍ରୀଷ୍ଟାଦ୍ଦରୁ ହିଁ ପିଜ୍ଜାର ଲୋକପ୍ରିୟତା ବଢ଼ିଛି। ଇଟାଲୀର ରୋଷେୟା ପର୍ସିଆର ନାନ୍ ଖାଦ୍ୟକୁ ଦେଖି ଏହି ପିଜ୍ଜା ପ୍ରସ୍ତୁତ କରିଥିଲେ।

ଆରମ୍ଭ ଦିନରୁ ହିଁ ପିଜ୍ଜା ଗୋଲାକାର ହେବା ସହ ତ୍ରିକୋଣ ଆକାରରେ ଏହାକୁ କଟାଯାଏ। ଇଟାଲୀର ଏକ ପଞ୍ଚତାରକା ହୋଟେଲର ରୋଷେୟା ବେନୋନ୍ ତୋସେ କହିଛନ୍ତି, ଗୋଲାକାର ହେବା ପଛରେ କାରଣ ରହିଛି। ଏହା ଦ୍ବାରା ପିଜ୍ଜା ପାଉଁରୁଟି ଚତୁଃପାର୍ଶ୍ବରେ ସମାନ ଭାବରେ ଗରମ ହୁଏ। ପ୍ରସ୍ତୁତ କରିବା ମଧ୍ୟ ବେଶ୍ ସହଜ। ଏହା ସହ ୩କୋଣିଆ ପିଜ୍ଜାକୁ କାଟିଲେ ତାହା ସମପରିମାଣରେ ଭାଗ ହୋଇଥିବାର ମତ।

Leave A Reply