ଅଙ୍କ ଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରଙ୍ଗର କଲମ (ପେନ୍‌) ଆପଣଙ୍କ ପାଇଁ  ସୌଭାଗ୍ୟ ଆଣିବ

0

ଜୀବନରେ ସମସ୍ତେ ସଫଳତା ପାଇଁ କାମନା କରିଥାଆନ୍ତି । କାହାକୁ ସହଜରେ ସଫଳତା ମିଳିଯାଉଥିବା ବେଳେ ଆନ୍ୟ କାହାକୁ ଅନେକ ସଂଘର୍ଷ କରିବାକୁ ପଡିଥାଏ । କେହି କେହି ଅଧାରୁ ଅଧର୍ଯ୍ୟ ହୋଇ ନିଜର ଚେଷ୍ଟା କରିବା ଛାଡି ଦେଇଥାଆନ୍ତି । ଅନ୍ୟ କେହି ସଫଳତା ପାଇଁ ଅନେକ କିଛିର ସାହାଯ୍ୟ ନେଇଥାଆନ୍ତି । ମାତ୍ର ଆପଣ ବ୍ୟବହାର କରୁଥିବା  କଲମ ବା ପେନ୍‌ ଆପଣଙ୍କୁ ଅନେକ କ୍ଷେତ୍ରରେ ସଫଳତା ଦେଇଥାଏ । ତେବେ କଉଁ ରଙ୍ଗର ପେନ୍‌ ଆପଣଙ୍କା ପାଇଁ ଶୁଭ ଆସନ୍ତୁ ଜାଣିବା ।

ଆପଣଙ୍କ ମୂଳ ଅଙ୍କକୁ (ମୂଳାଙ୍କ) କଅଣ ତାହା ଜାଣିବାକୁ ପଡିବା ।  ଅଙ୍କ ଜ୍ୟୋତିଷରେ ମୂଳାଙ୍କ ୧ରୁ ୯ ମଧ୍ୟରେ । ଆପଙ୍କ ଜନ୍ମ ତାରିଖର ମୂଳାଙ୍କ କଅଣ ତାହା ଜାଣିବାକୁ ପଡିବ । ୧ରୁ ୯ ମଧ୍ୟରେ ହେଲେ ଅସୁବିଧା ନାହିଁ । ମାତ୍ର ୧୦ ରୁ ୩୧ ମଧ୍ୟରେ ହୋଇଥିଲେ । ଆଣଙ୍କ ମୂଳ ଅଙ୍କ କିପରି ଜାଣିବେ । ୧୧ ହୋଇଥିଲେ ୧+୧= ୨ , ୨୫ ହୋଇଥିଲେ ୨+୫= ୭  ଏପରି ମୂଳ ଅଙ୍କକୁ ଜାଣିବେ ।

୧.ଆପଣଙ୍କ ମୂଳ ଅଙ୍କ ୧ ହୋଇଥିଲେ ଆପଣଙ୍କ ପାଇଁ  ସୁନେଲୀ ରଙ୍ଗର କଲମ ଭଲ । ଆପଣଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିବ ।

୨.  ମୂଳ ଅଙ୍କ୨ ହୋଇଥିଲେ  ରୂପେଲୀ ରଙ୍ଗର କଲମ ବ୍ୟବହାର କରନ୍ତୁ । ଏଥିରେ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବ ।

୩. ଆପଣଙ୍କ ମୂଳଅଙ୍କ ୩ ହୋଇଥିଲେ ସୁନେଲୀ ରଙ୍ଗର କଲମ ବ୍ୟବାହାର କରନ୍ତୁ ତେବେ ଆପଣଙ୍କ ଭାଗ୍ୟ ଚମକି ଉଠିବ ।

୪. ଆପଣଙ୍କ ମୂଳ ଅଙ୍କ ୪ ହୋଇଥିଲେ ପାଉଁଶିଆ ରଙ୍ଗର କଲମ ବ୍ୟବହାର କରନ୍ତୁ । ଆପଣଙ୍କ ଜୀବନରେ ଆସୁଥିବ ବିଭିନ୍ନ ବାଧା ବିଘ୍ନ ଦୂର ହୋଇଯିବ ।

୫.  ମୂଳ ଅଙ୍କ ୫ ହୋଇଥିଲେ  ସବୁଜ ରଙ୍ଗ ଅତି ଶୁଭ । ଏଥିପାଇଁ ସବୁଜ ରଙ୍ଗର କଲମ ବ୍ୟବହାର କରନ୍ତୁ ସମସ୍ତ କଷ୍ଟ ଲାଘବ ହେବ ।

୬. ମୂଳ ଅଙ୍କ ୬ ହୋଇଥିଲେ କୌଣସି ଚମକିଲା ବା ଚକ୍‌ଚକ୍‌ ହେଉଥିବା କଲମ ବ୍ୟବହାର କଲେ ଅନେକ ସଫଳତା ପାଇବେ ।

୭. ଆପଣଙ୍କ ମୂଳ ଅଙ୍କ ସାତ ହୋଇଥିଲେ  ପାଉଁଶିଆ ରଙ୍ଗର କଲମ ବ୍ୟବହାର କରନ୍ତୁ । ଏହା ଦ୍ୱାରା ଅନେକ ସଫଳତା ପାଇବେ  ।

୮. ମୂଳ ଅଙ୍କ ଆଠ ହୋଇଥିଲେ ଆପଣ ଗାଢ ରଙ୍ଗର କିମ୍ବା କଳା ରଙ୍ଗର କଲମ ବ୍ୟବହାର କରନ୍ତୁ ।

୯. ମୂଳ ଅଙ୍କ ୯ ହୋଇଥିଲେ ଲାଲ ବା ନାଲି ରଙ୍ଗ ଅତ୍ୟନ୍ତ ପ୍ରଭାବଶାଳୀ । ଆପଣଙ୍କ ସବୁ ଦୁଃଖ ଦୂର ହେବ । ଲାଲ୍‌  ରଙ୍ଗର କଲମ ବ୍ୟବହାର କରନ୍ତୁ ।

Leave A Reply