ରୋବଟ୍ କରୁଛି ପାର୍ସଲ ଡେଲିଭରୀ

0

ଅନ୍-ଲାଇନ୍ କମ୍ପାନୀଗୁଡ଼ିକର ଲୋକପ୍ରିୟତା ଦିନୁକଦିନ ବଢ଼ିବାରେ ଲାଗିଛି। ଲୋକେ ଦୋକାନ, ବଜାରକୁ ନ ଯାଇ ସୁଲଭ ମୂଲ୍ୟରେ ଏସବୁ ସଂସ୍ଥାରୁ ପୋଷାକପରିଚ୍ଛଦ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ କିଣିପାରୁଛନ୍ତି। ଚୀନ୍ରେ ମଧ୍ୟ ଏହି ଅନ୍-ଲାଇନ୍ କିଣାବିକାର ଚାହିଦା ବଢ଼ୁଥିବାର ପ୍ରକାଶ। ସାମଗ୍ରୀ ବିତରଣ ପାଇଁ କର୍ମଚାରୀ ନିଯୁକ୍ତି ବଦଳରେ ସେଠାକାର ଏକ କମ୍ପାନୀ ରୋବଟ୍ ଗାଡ଼ି ଏଥିନିମନ୍ତେ ତିଆରି କରିଛି। କମ୍ପାନୀ ଜେଡିଡଟକମ୍ର ମୁଖ୍ୟଙ୍କ କହିବାନୁସାରେ, କର୍ମଚାରୀଙ୍କୁ ପ୍ରତି ମାସରେ ବେତନ ଦେବା ପରିବର୍ତ୍ତେ ଏହି ରୋବଟ୍ ଗାଡ଼ି ସହାୟତାରେ ସେ ବର୍ଷବର୍ଷ ଧରି ସାମଗ୍ରୀ ଡେଲିଭରୀ କରିପାରିବେ। ଅବଶ୍ୟ ଏ କାମ ପାଇଁ ତାଙ୍କୁ ଏକକାଳୀନ ଅର୍ଥ ବିନିଯୋଗ କରିବାକୁ ପଡ଼ିଛି। ଏହାର ଅନେକ ସୁବିଧା ମଧ୍ୟ ସେ ପାଇଥିବାର କହିଛନ୍ତି। ରୋବଟ୍ ଗାଡ଼ି ଯଥା ସମୟରେ ଗ୍ରାହକଙ୍କ ନିକଟରେ ସାମଗ୍ରୀ ପହଞ୍ଚାଇବା ସହ ଟ୍ରାଫିକ୍ ନିୟମକୁ ମାନି ହିଁ ଗାଡ଼ି ନିୟନ୍ତ୍ରଣ କରିବାରେ ଧୁରନ୍ଧର। ଥରକରେ ୩୦-୪୦ଟି ଛୋଟବଡ଼ ପାର୍ସଲ ଏହି ଗାଡ଼ି ନେଇପାରିବା ସହ ଘଣ୍ଟା ପ୍ରତି ୧୫କିମିରେ ଗତି କରିଥାଏ ବୋଲି କମ୍ପାନୀ ମୁଖ୍ୟ କହିଛନ୍ତି। ପ୍ରାରମ୍ଭିକ ପର୍ୟ୍ୟାୟରେ ଏଭଳି ଦୁଇଟି ଗାଡ଼ି ପାର୍ସଲ ବିତରଣ କରିବ ବୋଲି ଜଣାପଡ଼ିଛି।

Leave A Reply