ପନୀର ଟିକା ମସାଲା

0

ଆବଶ୍ୟକ ସାମଗ୍ରୀ:
ପନୀର- ୫୦୦ଗ୍ରାମ୍‍
ଲୁଣ- ସ୍ୱାଦ ଅନୁସାରେ
ଲଙ୍କା ଗୁଣ୍ଡ- ୧ଚାମଚ
ଅଦା ପେଷ୍ଟ- ୧ଚାମଚ
ଧନିଆ ଗୁଣ୍ଡ- ୧/୨ଚାମଚ
ଦହି-୧ଚାମଚ
ତେଲ- ଆବଶ୍ୟକ ମୁତାବକ

ମସଲା ପ୍ରସ୍ତୁତ ପାଇଁ ସାମଗ୍ରୀ:
ଟମାଟୋ- ୩ଟି
କଞ୍ଚା ଲଙ୍କା- ୧ଟି
ତେଲ- ଆବଶ୍ୟକ ମୁତାବକ
ଜୀରା-ଚାମଚ
ହେଙ୍ଗୁ-୧ ଛୋଟ ଚାମଚ
ତେଜପତ୍ର-୧ଟି
ଧନିଆ ଗୁଣ୍ଡ- ୧ଚାମଚ
ଲଙ୍କା ଗୁଣ୍ଡ- ୧ଚାମଚ
ହଳଦୀ-୧/୨ଚାମଚ
ଚିନି-୧ଚାମଚ
ଧନିଆ ପତ୍ର
ଗରମ ମସଲା- ୧/୨ଚାମଚ


ପ୍ରସ୍ତୁତ ପ୍ରଣାଳୀ:
ପନୀରକୁ ଟିକେ ବଡ ଆକାରର କାଟି ଦିଅନ୍ତୁ। ଏକ ପାତ୍ରରେ ଅଦା ପେଷ୍ଟ,ଲୁଣ,ଧନିଆ ଗୁଣ୍ଡ,ହଦି ମିଶାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ତାପରେ କଟା ହୋଇଥିବା ପନୀରକୁ ସେହି ମିଶ୍ରଣରେ ପକାଇ ୧ଘଣ୍ଟା ରଖି ଦିଅନ୍ତୁ।
ଟମାଟୋ ଓ କଞ୍ଚା ଲଙ୍କାକୁ ଭଲ ଭାବରେ ପେଷି ଦିଅନ୍ତୁ। କଡେଇରେ ତେଲ ଗରମ କରି ସେଥିରେ ମିଶ୍ରିତ ହୋଇଥବା ପନୀରକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପନୀରକୁ ସୁନେଲୀ ରଙ୍ଗ ହେବା ପରେ କାଢି ଦିଅନ୍ତୁ। ପୁଣି ସେହି କଡେଇରେ ତେଲ ଗରମ କରି ସେଥିରେ ଜୀରା,ହେଙ୍ଗୁ ଓ ତେଜପତ୍ର ପକାନ୍ତୁ । ତାପରେ ସେଥିରେ ପେଷି ଥିବା ଟମାଟୋ,ଧନିଆ ଗୁଣ୍ଡ,ହଳଦୀ,ଲଙ୍କା ଗୁଣ୍ଡ,ଚିନି ପକାଇ ୫ମିନିଟ ଭାଜନ୍ତୁ। ମସଲା ଗାଢ ହୋଇଗଲା ପରେ ସେଥିରେ ଭାଜିଥିବା ପନୀରକୁ ପକାଇ ଦିଅନ୍ତୁ। ତା ଉପରେ ଧନିଆ ପତ୍ର ଓ ଗରମ ମସଲା ପକାଇ ୨ମିନିଟ ପରେ ଗ୍ୟାସରୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ପନୀର ଟିକା ମସାଲା।

Leave A Reply