ଖରା ଦିନିଆ କଞ୍ଚା ଆମ୍ବ ପଣା ଓ ମ୍ୟାଙ୍ଗୋ ମସ୍ତାନି

0

କଞ୍ଚା ଆମ୍ବ ପଣା ବିଧି: ଖରାଦିନେ ମିଳୁଥିବା ଆମ୍ବ ଫଳମାନଙ୍କର ରାଜା। କଞ୍ଚାଠାରୁ ପାଚିଲା ଯାଏ ଏହାର ସ୍ୱାଦ ସବୁରି ମନକୁ ମୋହିଥାଏ। ବିଦେଶରେ ବି ଭାରତୀୟ ଆମ୍ବର ଚାହିଦା ଢେର୍‍ ଅଧିକ। କଞ୍ଚା ଆମ୍ବରେ ଅଦା, ସାମାନ୍ୟ କଞ୍ଚାଲଙ୍କା, ଜିରା ଆଦି ପକାଇ ପ୍ରସ୍ତୁତ କରାଯାଉଥିବା ଆମ୍ବ ପଣାର ସମ୍ମୋହକ ସ୍ୱାଦର ପ୍ରଭାବ ଉତ୍ତର-ପଶ୍ଚିମ ଭାରତରେ ବେଶୀ ଦେଖାଯାଏ।

କଞ୍ଚା ଆମ୍ବ ପଣା ବନେଇବାର ଅନ୍ୟ ଏକ ବିଧି ହେଲା ଚୋପାକୁ ଛେଲି କରି ଧୋଇ ନିଅନ୍ତୁ। ଏହା ପରେ ଆମ୍ବକୁ ମଝିରୁ କାଟି କରି କୋଇଲି ଅଲଗା କରଦିଅନ୍ତୁ। ଏବେ ଆମ୍ବର ରସକୁ ଏକ କପପାଣି ସହିତ କୌଣସି ପାତ୍ରରେ ରଖି କରି ଶିଝାନ୍ତୁ।

ସିଝା ଯାଇଥିବା ଆମ୍ବରସକୁ ଚିନି, କଳା ଲୁଣ ଏବଂ ପୁଦିନା ସହିତ ମିକ୍ସିରେ ପକାଇ ବଢ଼ିଆ ଭାବରେ ପେଶି ଦିଅନ୍ତୁ। ପେଶା ହୋଇଥିବା ମିଶ୍ରଣକୁ ଛାଣିକରି ଏକ ଲିଟର ପାଣିରେ ମିଶାଇ ଦିଅନ୍ତୁ। ଏହା ପରେ କଳାମରିଚ ଏବଂ ଭଜା ଜୀରା ପାଉଡର ମଧ୍ୟ ପକାନ୍ତୁ। ଏବେ ସର୍ଭିଙ୍ଗ ଗ୍ଲାସରେ ବରଫ ଖଣ୍ଡ ସହିତ ସର୍ଭ କରନ୍ତୁ।

ସେହିପରି ପାଚିଲା ଆମ୍ବ ପଣା କରିବା ବିଧି: ପୁନେରେ ରାସ୍ତାକଡଠାରୁ ଆରମ୍ଭ କରି ବଡବଡ ହୋଟେଲରେ ବି ଏକପ୍ରକାର ଆମ୍ବପଣାର ଚାହିଦା ଜୋର୍‍। ଏହାର ନାମ ରଖାଯାଇଛି- ମ୍ୟାଙ୍ଗୋ ମସ୍ତାନି। ଆମ୍ବର ମିଲ୍‍କସେକ୍‍ ଉପରେ କଟା ଫଳ, ଚେରୀ, କ୍ରିମ୍‍, କାଜୁ ଆଦି ସଜାଯାଇ ଏହି ପାନୀୟ ପରିବେଷଣ କରାଯାଏ। ପେଶୱା ବାଜିରାଓଙ୍କ ପ୍ରେମିକା ମସ୍ତାନିଙ୍କ ନାମାନୁସାରେ ଏହାକୁ ନାମିତ କରାଯାଇଛି।

Leave A Reply