ଓଡିଆ ନୂଆ ବର୍ଷ ପଣା ସଂକ୍ରାନ୍ତିରେ ହୋଇଥାଏ ସ୍ୱତନ୍ତ୍ର  ପଣା ଓ ଛତୁଆ

0

ମହାବିଷୁବ ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ଦିନ ଓଡ଼ିଆ ମାନେ ନବବର୍ଷ ପାଳନ କରିଥାଆନ୍ତି । ଓଡିଶାରେ ହେଉ କି ଓଡିଶା ବାହାରେ ଅଧିକାଂଶ ଓଡିଆ ଆନନ୍ଦର ସହ ଏହାକୁ ପାଳନ କରାଥାଆନ୍ତି । ତୁଳସୀ ଚଉରା ଉପରେନଡିଆ ବରଡା ଚାଞ୍ଚ ପକାଇ ଯାଇ ଗଛକୁ ପ୍ରବଳ ଖରାରୁ ରକ୍ଷା କରିବାକୁ ଛାଇ କରାଯାଇଥାଏ ।

ଏହି ଦିନ ଚଉରା ନିକଟରେ ଛତୁଆ ସହ ପାରମ୍ପରିକ ପଣା ଭୋଗ ଦିଆଯାଇଥାଏ । ପଣାରେ ବିଭିନ୍ନ ପ୍ରକାରର  ଫଳ ସହ କ୍ଷୀର ପକାଯାଇଥାଏ। ପ୍ରବଳ ରୌଦ୍ର ତାପରୁ ରକ୍ଷା ପାଇଁ ଏପରି ପରମ୍ପରା କରାଯାଇଛି । ଏହା ସହ ବିଞ୍ଚଣା ବି ଲାଗି କରାଯାଇଥାଏ । ଏହା ହେଉଛି ସେ ସମୟର ଦୂର ଦୃଷ୍ଟି । ପ୍ରବଳ ଖରା ଦାଉରୁ ରକ୍ଷା ପାଇଁ ଏପରି ବ୍ୟବସ୍ଥା କରାଯାଇଥିଲା ।

Leave A Reply