ପାଳଙ୍ଗ ପନୀର ସାଲାଡ

0

ଆବଶ୍ୟକ ସାମଗ୍ରୀ :

ପାଳଙ୍ଗ (ସିଝା) – ଦେଢ କପ

ପନୀର (କଟା) – ୧/୨ କପ

କଞ୍ଚା ଲଙ୍କା (କଟା) – ୨ଟି

ଟମାଟୋ (କଟା) – ୨ଟି

ଚିନି (ପେଷା) – ୧ ଚାମଚ

ଚିଲ୍ଲି ସସ୍‌ – ୧ଚାମଚ

ସୋୟା ସସ୍‌ – ୧ ଚାମଚ

ଲେମ୍ବୁ ରସ – ୧ ଚାମଚ

ଟମାଟୋ ସସ୍‌ – ୨ ଚାମଚ

ଲୁଣ – ସ୍ବାଦ ଅନୁଯାୟୀ

ଗୋଲମରିଚ ଗୁଣ୍ଡ – ସ୍ବାଦ ଅନୁଯାୟୀ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଗ୍ୟାସ ଲଗାଇ ସେଥିରେ ପାଣି ଫୁଟାଇ ପାଳଙ୍ଗକୁ ସିଝାଇ ଦିଅନ୍ତୁ। ତାପରେ ପନୀରକୁ ଠିକ ଭାବେ କାଟି ଦିଅନ୍ତୁ। ଗ୍ୟାସରେ ଏକ କଢେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ପନୀରକୁ ଅଳ୍ପ ସମୟ ଭାଜି ଦିଅନ୍ତୁ। ପାଳଙ୍ଗ ସିଝି ଗଲା ପରେ ତାକୁ ମଧ୍ୟ ଛୋଟ ଛୋଟ କରି କାଟି ଦିଅନ୍ତୁ। ଗୋଟିଏ ପାତ୍ର ନେଇ କଟା ଯାଇଥିବା ପାଳଙ୍ଗ ଓ ପନୀରକୁ ଭଲ ଭାବେ ମିଶାଇ ଦିଅନ୍ତୁ। ତାପରେ ସେଥିରେ କଟା ଯାଇଥିବା ଟମାଟୋ, ଲଙ୍କା ଓ ଚିନି ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ମିଶ୍ରଣରେ ପୁନଶ୍ଚ ଚିଲ୍ଲି ସସ୍‌, ସୋୟା ସସ୍, ଲେମ୍ବୁ ରସ, ଟମାଟୋ ସସ୍‌, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ।

ପ୍ରସ୍ତୁତ ହୋଇଗଲା ଆପଣଙ୍କ ପାଳଙ୍ଗ ପନୀର ସାଲାଡ।

 

Leave A Reply