୪ କ୍ରୀଡ଼ାବିତ୍‌ଙ୍କୁ ମିଳିଲା ପଦ୍ମ ପୁରସ୍କାର

0

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ, ଟେବୁଲ୍ ଟେନିସ ଖେଳାଳି ଶରତ କମଲ, ଚେସ୍ ଗ୍ରାଣ୍ଡମାଷ୍ଟର ଦ୍ରୋଣାବଳୀ ହାରିକା ଓ ଭାରତୀୟ କବାଡ଼ି ଦଳର ଅଧିନାୟକ ଅଜୟ ଠାକୁରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ୨୦୧୮ରେ ବଜରଙ୍ଗ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ବିଶ୍ବ ଚମ୍ପିଆନସିପ୍‌ରେ ରୌପ୍ୟ ଓ ଏସିଆନ୍‌ ଚମ୍ପିଆନସିପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ସେହିପରି ବରିଷ୍ଠ ଟେବୁଲ ଟେନିସ ଖେଳାଳି ଶରତ କମଲ ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୪ଟି ପଦକ ଜିତିଥିଲେ।
ସୂଚନାଥାଉକି ବରିଷ୍ଠ ପର୍ବାତାରୋହଣକାରୀ ବଛେନ୍ଦ୍ରି ପାଲ୍‌ଙ୍କୁ ପଦ୍ମଭୂଷଣ, ଫୁଟବଲର୍‌ ସୁନୀଲ ଛେତ୍ରୀ, ଚେସ୍‌ ଖେଳାଳି ହାରିକା, କ୍ରିକେଟର୍‌ ଗୌତମ ଗମ୍ଭୀର, ଦେଶର ସଫଳତମ ଟେବୁଲ ଟେନିସ ଖେଳାଳି ଶରତ କମଲ, ମହିଳା ତୀରନ୍ଦାଜ ବମ୍ବୟାଲା ଦେବୀ, ଚମ୍ପିଆନ୍ ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ, ବାସ୍କେଟବଲ୍‌ ଖେଳାଳି ପ୍ରଶାନ୍ତି ସିଂହ, କବାଡ଼ି ଖେଳାଳି ଅଜୟ ଠାକୁରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା।

Leave A Reply