ଦୀପାବଳି ପାଳନର ଅନ୍ୟ ରହସ୍ୟ
ଦୀପାବଳି ଦିନ କେବଳ ଦୀପ ଜାଳନ୍ତୁ ନାହିଁ, ଜ୍ଞାନ ରୂପକ ଦୀପ ଜଳାନ୍ତୁ ବା ଜ୍ଞାନ ଅର୍ଜନ କରନ୍ତୁ । ଦୀପାବଳି ଦିନ ବାଣ ଫୁଟାଇବା ଅନ୍ୟ ଏକ ରହସ୍ୟ । ଏହାର ଅର୍ଥ ହେଉଛି ମନରେ ଚାପି ହୋଇ ରହିଥିବା ରାଗ, କ୍ରୋଧ ଓ ଘୃଣା ବିସ୍ଫୋରଣ ସ୍ତର ପହଞ୍ଚିଥାଏ । ବାଣ ଫୁଟେଇବା ପ୍ରକ୍ରିୟା ଆମ ପୂର୍ବଜମାନେ ଆରମ୍ଭ କରିଥିଲେ । ଲୋକଙ୍କ ମନର ଭାବନାକୁ ଅଭିବ୍ୟକ୍ତ କରିବା ପାଇଁ ଏକ ମନୋବିଜ୍ଞାନ ଅଭ୍ୟାସ ରୂପରେ ବାଣ ଫୁଟାଯାଏ ବୋଲି ବିଶ୍ବାସ ରହିଛି ।
ଯେବେ ବାହାରେ ବାଣ ଫୁଟାଇବା ଆମେ ଦେଖୁ, ସେହି ସମୟରେ ନିଜ ମଧ୍ୟରେ ସେଭଳି ଅନୁଭବ ହୋଇଥାଏ । ମନରେ ଚପି ରହିଥିବା ଭାବନା ବାହାରେ ପ୍ରକାଶ ହେବା ପରେ ମନ ଖାଲି ବା ହାଲୁକା ହୋଇଯାଇଥାଏ ।
ସବୁ ସ୍ଥାନରେ ଜ୍ଞାନର ଆବଶ୍ୟକତା ରହିଥାଏ । ଯଦି ପରିବାର କୌଣସି ସଦସ୍ୟ ଅନ୍ଧକାରରେ ରହିଥାଏ ତେବେ ଆପଣ ଖୁସି ରହିପାରିବେ ନାହିଁ । ତେଣୁ ଆପଣ ନିଜ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ଜ୍ଞାନର ପ୍ରକାଶ ସ୍ଥାପିତ କରିବା ଉଚିତ୍ । ଏହା ଦ୍ବାରା ସମାଜର ମଧ୍ୟ ଉନ୍ନତି ହୋଇଥାଏ ।
ବୈ଼ଜୟନ୍ତୀ ନାୟକ