ଓଡିଶାରେ ଥିବା ଅନାଥାଶ୍ରମର  କୁନି ଝିଅକୁ ଆପଣେଇଲେ ଆମେରିକାର ଦମ୍ପତି

0

ଭଦ୍ରକ:ଅପରାଜିତା  ପିଲା ଦିନୁ ବାପା ମାଆଙ୍କୁ ହରାଇ ଏକ ଅନାଥଶ୍ରମ ବାତ୍ସଲ୍ୟ ଶିଶୁ ଯତ୍ନ ଅନୁଷ୍ଠାନରେ ଲାଳନ ପାଳନ ହୋଇଥିଲା । ମାତ୍ର ଏବେ ତା’କୁ ଆମେରିକାର ଏକ ଦମ୍ପତି  ଆପଣେଇ ନେଇଛନ୍ତି । ଅମେ ଜେମସ୍‌ ସ୍ୱୋଡା ଓ  ମେରିଡିଥ୍‌ କାୟେ ସ୍ୱୋଡା ନାମକ ଦମ୍ପତି ଅପରିଜିତାକୁ ନିଜର ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଛନ୍ତି ।

୨୦୧୨ ମସିହା ଫେବ୍ରୁଆରି ୧୮ ତାରିଖରେ ଭଦ୍ରକ ବସ୍‌ ଷ୍ଟାଣ୍ଡରୁ ଅପରିଜିତାକୁ ଉଦ୍ଧାର କରାଯାଇଥିଲା ।  ଏହାପରେ ଶିଶୁ ମଙ୍ଗଳ ଅଧିକାରୀଙ୍କ ନିର୍ଦେଶ ଅନୁସାରେ  ତାକୁ ଜିଲା ଶିଶୁ ସୁରକ୍ଷା ୟୁନିଟକୁ ପୋଷ୍ୟ ସନ୍ତାନ କେହି ଗ୍ରହଣ କରିବାକୁ ଆଗ୍ରହୀ ଥିଲେ ତାଙ୍କୁ ଦେବା ପାଇଁ କୁହାଯାଇଥିଲା। କେନ୍ଦୁଝରର ଏସ୍‌ଆର୍‌ଏମ୍‌ ସଂସ୍ଥା ସହ ଆମେରିକାର ଏହି ଦମ୍ପତି ପୋଷ୍ୟ ସନ୍ତାନ ପାଇଁ ଯୋଗାଯୋଗ କରିଥିଲେ । ସମସ୍ତ ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଏହି ଦମ୍ପତିଙ୍କୁ ଅପରାଜିତାକୁ ପ୍ରଦାନ କରାଯାଇଛି । ଭଦ୍ରକର ଜିଲ୍ଲାପାଳ ଜ୍ଞାନଦାସ, ଅତିରିକ୍ତ ଜିଲ୍ଲାପଳ ଶ୍ୟାମଭକ୍ତ ମିଶ୍ରଙ୍କ ସହ ଅନେକ  ବରିଷ୍ଠ ଅଧିକାରୀ ଏହି ଅବସରରେ  ଉପସ୍ଥିତ ଥିଲେ ।

Leave A Reply