ମୁଖମନ୍ତ୍ରୀଙ୍କ ଘୋଷଣା ; ଶାଳପତ୍ରରୁ ରୟାଲଟି ଛାଡ଼

0

ଭୁବନେଶ୍ବର : ଶାଳପତ୍ର ଉପରୁ ସମ୍ପୂର୍ଣ୍ଣ ଭାବେ ରୟାଲଟିକୁ ଉଠାଇଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟର ୨୫ଲକ୍ଷ ଲୋକ ଉପକୃତ ହେବେ। ଏବେ କୁଇଣ୍ଟାଲ ପିଛା ଶାଳପତ୍ର ଉପରେ ୮୬ଟଙ୍କା ଲେଖାଏଁ ରୟାଲଟି ଆଦାୟ କରାଯାଉଛି। ସୂଚନାଯୋଗ୍ୟ ଯେ ଶାଳପତ୍ର ଏକ ଲଘୁ ବନଜାତ ଦ୍ରବ୍ୟ। ମୁଖ୍ୟତଃ ଜନଜାତି ବର୍ଗର ଲୋକମାନେ ଶାଳପତ୍ର ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି।

Leave A Reply