ଆଜି ଓଡ଼ିଶା ବନ୍ଦ

0

ଭୁବନେଶ୍ବର : ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ’ଚାଷୀ ବଞ୍ଚାଅ- ଗଣତନ୍ତ୍ର ବଞ୍ଚାଅ’ ଏବଂ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ବନ୍ଦ ପାଳନ କରାଯାଉଛି।  ଏହି ବନ୍ଦ ଡାକରାକୁ କଂଗ୍ରେସ ଓ ବିଜେପି ସମର୍ଥନ କରିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ପୁରୀରେ ନବନିର୍ମାଣ କୃଷକ ସଂଘ ପକ୍ଷରୁ ବନ୍ଦ ପାଳନ

ଆନ୍ଦୋଳନକାରୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ରୋକ କରାଯାଇଛି । ଫଳରେ ଯାନବାହାନ ଚନାଚଳ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ପୁଲିସ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକାରୀଙ୍କୁ ଉଠାଇ ନେଉଛି। କଟକ-ଭୁବନେଶ୍ବରରେ ଏହାର ଆଂଶିକ ପ୍ରଭାବ ପରିଲକ୍ଷିତ ହୋଇଛି।

ବନ୍ଦକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ବ ବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ଉତ୍କଳ ବିଶ୍ବ ବିଦ୍ୟାଳୟ ଅଧିନସ୍ଥ ସମସ୍ତ ମହାବିଦ୍ୟାଳୟର ପରୀକ୍ଷା ମଧ୍ୟ ବାତିଲ।

 

Leave A Reply