ଓସିଏ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ : ଭୋଟ ଦେଇପାରିବେ ଆଶୀର୍ବାଦ

0

କଟକ : ଓଡ଼ିଶା କ୍ରିକେଟ୍‍ ଆସୋସିଏସନ୍‍ (ଓସିଏ) ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ଓସିଏ ସମ୍ମିଳନୀ କକ୍ଷରେ ନିର୍ବାଚନ ଅଧିକାରୀ ଏମ୍.ଏଲ ମଜୁମଦାରଙ୍କ ନିକଟରେ ବିଭିନ୍ନ ପଦ ପାଇଁ ଆଶାୟୀ ପ୍ରାର୍ଥୀ ବନ୍ଦ ଲଫାପାରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ଶନିବାର ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ୍‍ କରାଯିବ ଏବଂ ରବିବାରକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି ।ସେହି ଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇବ । ଆବଶ୍ୟକ ସ୍ଥଳେ ୨୭ତାରିଖ ଦିନ ମତଦାନ ଏବଂ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ସୂଚନା ଯୋଗ୍ୟ ଗତ ୧୫ ତାରିଖ ଦିନ ଓସିଏ ପକ୍ଷରୁ ୭୩ ଜଣିଆ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି ।

ଅନ୍ୟ ପକ୍ଷରେ ସିବିଆଇ ଦ୍ବାରା ଗିରଫ ହୋଇ ଜେଲରେ ଥିବା ଓସିଏର ପୁର୍ବତନ ସଂପାଦକ ଆଶୀର୍ବାଦ ବେହେରା ଭୋଟ ଦେଇପାରିବେ ବୋଲି ନିର୍ବାଚନ ଅଧିକାରୀ ଏମ୍.ଏଲ ମଜୁମଦାର କହିଛନ୍ତି।

Leave A Reply