ବୁଧବାର ସୁଦ୍ଧା ୫ଟି ଲୋକସଭା ଓ ୨୬ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ

0

ଭୁବନେଶ୍ବର : ରାଜ୍ୟରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଆସନ ପାଇଁ  ବୁଧବାର ୩ ଜଣ ଏବଂ  ଦ୍ବତୀୟ ପର୍ଯ୍ୟାୟ ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ପ୍ରଥମ ପର୍ଯ୍ୟାୟ ବିଧାନସଭା ଆସନ ପାଇଁ  ୧୪ ଜଣ ଏବଂ ଦ୍ବତୀୟ ପର୍ଯ୍ୟାୟ ବିଧାନସଭା ଆସନ ପାଇଁ ୪ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବୁଧବାର ସୁଦ୍ଧା ଲୋକସଭା ପାଇଁ ମୋଟ ୫ ଗୋଟି ଓ ବିଧାନସଭା ପାଇଁ ମୋଟ ୨୬ ଗୋଟି ନାମାଙ୍କନ ପତ୍ର ଦାଖଲ ହୋଇଛି ।

ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା ନିମନ୍ତେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩୩୫୫ ଗୋଟି ଜାମିନ ବିହୀନ ପରୱାନ କାର୍ଯ୍ୟକାରୀ କରାଯାଇଛି । ଲାଇସେନ୍ସ ପ୍ରାପ୍ତ ୨୯୧୬ଗୋଟି ବନ୍ଧୁକ ସଂମ୍ପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି। ଲାଇସେନ୍ସ ନ ଥିବା ୫୯ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ବେଆନ ଭାବେ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ୪ଗୋଟି କାରଖାନା ଉପା​​‌ରେ ଚଢ଼ାଉ କରାଯାଇଛି ।​‌ ଫ୍ଲାଇଙ୍ଗ  ସ୍କ୍ବାଡ୍ ଦ୍ବାରା ୮ ଲକ୍ଷ ୩୩ ହଜାର୧୧୦ ଟଙ୍କା ଏବଂ ପୁଲିସ ଦ୍ବାରା ୨ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଛି।

Leave A Reply