ଦେଶର ୧୩ହଜାର ୫୦୦ ଗ୍ରାମରେ ବିଦ୍ୟାଳୟ ନାହିଁ

0

ନୂଆଦିଲ୍ଲୀ . – ଦେଶର ୧୩ ହଜାର ୫ ଶହ ଗ୍ରାମରେ ବିଦ୍ୟାଳୟ ନାହିଁ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ୧୩,୫୧୧ ଗ୍ରାମରେ ବିଦ୍ୟାଳୟ ନ ଥିବା କଥା ସୂଚନା ଦିଆଯାଇଛି । କେତକ ଗ୍ରାମରେ ବିଭିନ୍ନ ରାଜ୍ୟ ସରକାରଙ୍କ ଅନିଛା ଓ ଅନ୍ୟ କେତକ ଗ୍ରାମରେ ଲୋକ ସଂଖ୍ୟା ଅତି କମ୍‌ ଥିବାରୁ ବିଦ୍ୟାଳୟ  ନ ଥିବା  କଥା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଉତ୍ତର ପୂର୍ବ ରାଜ୍ୟମାନଙ୍କର ଦେଶ ବାକି ଅଞ୍ଚଳ ଅପେକ୍ଷା ଭଲ ରିପୋର୍ଟ ଅଛି । ମାତ୍ର ଉତ୍ତର ପ୍ରଦେଶରେ  ସବୁଠାରୁ ଅଧିକ ଗ୍ରାମରେ ବିଦ୍ୟାଳୟ ନାହିଁ ।

Leave A Reply