୨ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ୨ଗିରଫ

0

ନୀଳଗିରି: ଦୁଇ ଜଣ ନାବାଳିକାଙ୍କୁ ପ୍ରେମ ଓ ପରେ ବଳାତ୍କାର କରିଥିବା ଅଭିଯୋଗରେ ନୀଳଗିରି ପୁଲିସ ୨ ଜଣ ଗିରଫ କରିଛି । ନୀଳଗିରି ଥାନା ଅଯୋଧ୍ୟା ଅଞ୍ଚଳରେ ମାମୁ ଘରେ ରହୁଥିବା ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅଯୋଧ୍ୟା ଗାଁ ର ସରୋଜ ଗୋଛାୟତ (୧୯) ନାମକ ଯୁବକ ପ୍ରେମ କରୁଥିଲେ । ପରେ ଯୁବକ ଜଣଙ୍କ ଯୁବତୀ ସହ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତା ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ ନୀଳଗିରି ଥାନାରେ ଏକ ମାମଲା ରୁଜୁ ହେବା ପରେ ଅଭିଯୁକ୍ତକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ସେହିପରି ଅନୁରୂପ ଭାବେ ସିଆଡିମାଳ ପଞ୍ଚାୟତ ଅଧୀନ ସୀତାପତିପୁର ଅଞ୍ଚଳରେ ଜଣେ ନାବାଳକଙ୍କ ଦ୍ୱାରା ଜଣେ ନାବାଳିକା ପ୍ରେମରେ ଧୋକା ଖାଇ ବଳାତ୍କାରର ଶିକାର ହୋଇଥିବା ନେଇ ଅଭିଯୋଗ ହେବା ପରେ ପୁଲିସ ସମ୍ପୃକ୍ତ ନାବାଳକକୁ ଗିରଫ କରିଛି।

Leave A Reply