ପାକିସ୍ତାନ ଆତଙ୍କବାଦର ଭୂସ୍ୱର୍ଗ ପାଲଟିବା ଆମେରିକା ସହ୍ୟ କରିବ ନାହିଁ: ନିକି ହାଲେ

0

ନୂଆଦିଲ୍ଲୀ : ଭାରତ ସହିତ ଆଲୋଚନାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସ୍ଥଗିତ କରିଥାଇପାରେ; ମାତ୍ର ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ ରହିଛି ବୋଲି ସମ୍ପ୍ରତି ଭାରତ ଗସ୍ତରେ ଥିବା ଜାତିସଂଘରେ ଆମେରିକା ପ୍ରତିନିଧି ନିକି ହାଲେ କହିଛନ୍ତି। ଉଭୟ ରାଷ୍ଟ୍ର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଉଥିବା ବେଳେ ଆତଙ୍କବାଦର ମୂଳୋତ୍ପାଟନ ନେଇ ଏହି ରାଷ୍ଟ୍ରଦ୍ୱୟର ଆଭିମୁଖ୍ୟ ସମାନ ବୋଲି ସେ ଦର୍ଶାଇଛନ୍ତି। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାରୁ ପାକିସ୍ତାନକୁ ସେ ତୀବ୍ର ସମାଲୋଚନା କରିଛନ୍ତି, ଏକ ସହଯୋଗୀ ରାଷ୍ଟ୍ର ଭାବେ ପାକିସ୍ତାନକୁ ଆମେରିକା ଗୁରୁତ୍ୱ ଦିଏ; କିନ୍ତୁ ଏହା ଯେଉଁଭଳି ଆତଙ୍କବାଦର ଭୂସ୍ୱର୍ଗ ପାଲଟିଛି ତାହା ଆମେରିକା ସହ୍ୟ କରିବ ନାହିଁ ବୋଲି ହାଲେ କହିଛନ୍ତି। ପାକ୍‍ ମାଟିରେ ଆତଙ୍କବାଦର କାୟା ବିସ୍ତାର କରିଥିବା ହକ୍କାନି ନେଟ୍‍ୱର୍କ ଭଳି ବହୁ ଆତଙ୍କବାଦୀ ସଂଗଠନଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଦର୍ଶାଇ ପାକିସ୍ତାନକୁ ଟ୍ରମ୍ପ ପ୍ରଶାସନ ଆର୍ଥିକ ସହାୟତା ବନ୍ଦ କରିଦେଇଛି।

Leave A Reply