୪ଲକ୍ଷ ୯୬ ହଜାରର ଜାଲ୍‍ ନୋଟ ଜବତ

0

ମୁମ୍ବଇ : ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଦୁଇଟି ଘଟଣାରେ ୪ଲକ୍ଷ ୯୬ ହଜାର ଟଙ୍କାର ଜାଲ୍‍ ନୋଟ ଜବତ କରିଛି। ଶୁକ୍ରବାର ଦୁଇଜଣ ଲୋକଙ୍କ ଠାରୁ ୯୬ ହଜାର ଟଙ୍କାର ଜାଲ୍‍ ନୋଟ ଜବତ ହୋଇଥିବାବେଳେ ଗୁରୁବାର ୪ ଲକ୍ଷ ଟଙ୍କାର ଜାଲ୍‍ ନୋଟ ଜବତ ହୋଇଥିଲା। ଏ ନେଇ ଏନଆଇଏ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ଏହି ଦୁଇଟି ଘଟଣାରେ ପୁଲିସ ୭ଜଣଙ୍କୁ ଗିରଫ କରିଛି। ୪ଲକ୍ଷ ଜାଲ ନୋଟ ଜବତ ଘଟଣାର ଅଭିଯୁକ୍ତମାନେ ହେଲେ ରେହାନ ଆବାସ ଶେଖ (୨୨), ସାଫଦ ମୁକ୍ତାର ଅନସାରୀ (୧୯), ଅନିସ୍‍ ଇକବାଲ ଶେଖ (୩୧), କିଶୋର ଫୁଲାର (୨୫) ଓ ରୋହିତ ସିଂହ (୨୩)। ଏହି ଅଭିଯୁକ୍ତମାନଙ୍କ ଠାରୁ ୨୦୩ଟି ୨୦୦୦ଟଙ୍କିଆ ଜାଲ୍‍ ନୋଟ ଜବତ କରାଯାଇଛି।

Leave A Reply