ନୂଆବର୍ଷ ହେଲା କାଳ ; କୂଅରେ ପଡ଼ି ଯୁବକ ମୃତ

0

ସୋରଡା : ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଗୋଛା ପଞ୍ଚାୟତ ରାଇଗୋଛା ଗ୍ରାମରେ ମଧ୍ୟରାତ୍ରୀରେ ଏକ ଅଘଟଣ ଘଟିଛି। ପ୍ରଥମେ ଗ୍ରାମର ଯୁବକ ବେଣୁଧର ମଲିକ ସଂଧ୍ୟାରେ ନିକଟସ୍ଥ ସାନଗୋଛା ଛକକୁ ଯାଇଥିଲେ। ନୂଆବର୍ଷ ଖୁସିରେ ସାଙ୍ଗମାନଙ୍କ ସହ ନିକଟସ୍ଥ ଦୋକାନରେ ମଦ୍ୟପାନ କରିଥିବା ଅନୁମାନ କରାଯାଉଛି। ମଦ୍ୟପାନ କରି ଘରକୁ ଫେରିବା ସମୟରେ ସାନଗୋଛା ଛକ ନିକଟରେ ଥିବା ଏକ ପାଚେରୀ ନଥିବା କୂଅରେ ପଡ଼ିଯାଇଥିଲେ। ବହୁ ଖୋଜା ଖୋଜି କରିବାପରେ ନିକଟସ୍ଥ କୂଅରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସୋରଡା ଅଗ୍ନିଶମ ବିଭାଗ ପହଞ୍ଚି କୂଅ ଭିତରୁ ଶବକୁ ବାହାର କରିଥିଲେ। ଏନେଇ ଥାନାରେ ଏକ ଅପମୃତ ମାମଲା ରୁଜୁ କରାଯାଇଛି।

Leave A Reply