ମେଳଣକୁ ନେଇ ଉତ୍ତେଜନା ଓ ରାସ୍ତାରୋକ

0

ଭଦ୍ରକ : ଭଦ୍ରକ ଜିଲା ଧାମନଗର ଥାନା ଚୂଡ଼ାକୁଟି ମେଳଣ ବେଳେ ସୋମବାର ଡ଼ିଜେ ବାଜା ବଜାଇବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଡ଼ିଜେ ବାଜା ବଜାଇବା ପାଇଁ ଅନୁମତି ନଥିବାରୁ ସରେଇ ଓ ପଲସା ଦୁଇ ଗାଁ ଡ଼ିଜେ ବାଜାକୁ ମେଳଣ ପାଇଁ ଆଣି ଶୋଭାଯାତ୍ରାରେ ଯାଉଥିବା ବେଳେ ପୁଲସି ବାଧା ଦେଇଥିଲା। ମାତ୍ର ଏହାକୁ କେନ୍ଦ୍ର କରି ଦୁଇ ଗାଁ ଓ ପୁଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସୂଚନା ଯୋଗ୍ୟ, ପୁଲିସ ଡ଼ିଜେ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଲୋକଙ୍କୁ ମାଡ଼ ମାରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଗଣମାଧ୍ୟମର ପ୍ରତିନିଧିଙ୍କ କ୍ୟାମେରାକୁ ପୁଲିସ ଛଡ଼ାଇନେଇଥିବା ଅଭିଯୋଗ ହୋଇଛି। ଏହାପରେ ଉତ୍ତେଜନା ବୃଦ୍ଧି ପାଇବା ସହ ଗାଁ ଲୋକେ ନିଆଁ ଜାଳି ରାସ୍ତାରୋକ କରିଛନ୍ତି।

Leave A Reply