ମୁଖ୍ୟମନ୍ତ୍ରୀଙ୍କ ନୂଆ ରାଜନୈତିକ ସଚିବ ନିଯୁକ୍ତ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ରାଜନୈତିକ ସଚିବ ସୋମବାର ନିଯୁକ୍ତ ହୋଇଛନ୍ତି। ପୂର୍ବତନ ପ୍ରଶାସକ ଗୋପବନ୍ଧୁ ଦାସ ଏହି ନୂତନ ସଚିବ ପଦରେ ନିଯୁକ୍ତ ହୋଇଛନ୍ତି। ସୂଚନା ଅନୁଯାୟୀ, ପୂର୍ବତନ ପ୍ରଶାସକ ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଥିଲେ।

ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ପ୍ରାର୍ଥୀ ତାଲିକା ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ଏହାସହ ଆସନ୍ତା ନିର୍ବାଚନରେ ଦଳ ଖୁବ ଭଲ ପ୍ରଦର୍ଶନ କରିବ। ବିଜେଡ଼ି ପ୍ରାର୍ଥୀ ତାଲିକା ଖୁବ ଶୀଘ୍ର ପ୍ରକାଶ ପାଇବ। ଅନେକ ପ୍ରଶାସକ ବିଜେଡ଼ିରେ ସାମିଲ ହେଉଛନ୍ତି । ନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply