ଟି-୨୦ରେ ବିରାଟଙ୍କ ଆଉ ଏକ ରେକର୍ଡ

0

ବେଙ୍ଗାଲୁରୁ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟି-୨୦ ଫର୍ମାଟରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ପର୍ମାଟରେ ୫୦୦୦ ରନ ପୂରଣ କରିବାରେ ୨ୟ ଖେଳାଳି ଭାବେ ନିଜ ନାମକୁ ସାମିଲ କରିଛନ୍ତି। ଏହା ପୂର୍ବରୁ ସୁରେଶ ରାଇନା ୫୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି।

ଗତ ଗୁରୁବାର ବେଙ୍ଗାଲୁରୁର ଏମଏ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମୁମ୍ବଇ ଇଣ୍ଡିଆନ୍ସ ଏବଂ ବାଙ୍ଗାଲୋର ରୟାଲ ଚାଲେଞ୍ଜର୍ସ ମଧ୍ୟରେ ଖେଳା ଯାଇଥିବା ଆଇପିଏଲ ମ୍ୟାଚରେ ବିରାଟ ଏହି ସଫଳତା ହାସଲ କରିଛନ୍ତି। ମ୍ୟାଚର ୧୪ତମ ଓଭରରେ ଜଶପ୍ରୀତ ବୁମରାଙ୍କ ୨ୟ ବଲରେ ବିରାଟ ଏକ ରନ କରି ୫୦୦୦ ରନ ପୂରଣ କରିଥିଲେ। ଏହା ପରେ ସେ ଆଉଟ ହୋଇଯାଇଥିଲେ। ଏହି ମ୍ୟାଚରେ ସେ ୩୨ ବଲରେ ୪୬ ରନ କରିଥିଲେ। ୧୬୫ଟି ଟି-୨୦ ମ୍ୟାଚ ଖେଳି ବିରାଟ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ସୁରେଶ ରାଇନା ୫୦୩୪ ରନ କରି ପ୍ରଥମ ସ୍ଥାନରେ ରହିଛନ୍ତି।

Leave A Reply