ସାହାଯ୍ୟ ବାହାନାରେ ଡାକ୍ତରଖାନା ପରିସରରୁ ନବଜାତ ଶିଶୁକୁ ଚୋରି ଅଭିଯୋଗ

0

ଅନୁଗୋଳ:  ଡାକ୍ତରଖାନାର ପରିସରରୁ ଜଣେ ମହିଳା ପ୍ରସବ କରିବା ପରେ ତାଙ୍କ ଶିଶୁକୁ ଚୋରି କରି ନିଆଯାଇଥିବା ଅଭିଯୋଗ ହୋଇଛି । ଅନୁଗୋଳ ଜିଲା  ଜରପଡା ଅନ୍ତର୍ଗତ ବଡସିଂହାର ଗ୍ରାମର ଜଣେ ମହିଳା ଡାକ୍ତରଙ୍କ କ୍ୱାଟର୍ସକୁ ଚେକ୍‌ଅପ୍‌ ପାଇଁ ଆସିଥିଲେ । ଚେକ୍‌ଅପ୍‌ରେ ସେ କ୍ୱାଟର୍ସ ବାହାରେ ପ୍ରସବ କରିଥିବା ସୂଚନା ମିଳିଛି ।

ଏତିକି ବେଳେ ଡାକ୍ତରଖାନାର ଜଣେ ସ୍ୱିପର ସାହାଯ୍ୟ କରିବା ବାହାନାରେ ଶିଶୁଟିକୁ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଏବେ ପରିବାର ଲୋକ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply