ବଳାତ୍କାର ମାମଲା ବୃଦ୍ଧି ପାଉଥିବାରୁ ନେପାଳରେ  ନିଷେଧ ହେଲା ପର୍ଣ୍ଣ ସାଇଟ୍‌

0

କାଠମାଣ୍ଡୁ . – ବଳାତ୍କାର ମାମଲା ବୃଦ୍ଧି ପାଇବା ପରେ ନେପାଳରେ ଏବେ ପର୍ଣ୍ଣ ସାଇଟମାନଙ୍କୁ ନିଷେଧ କରାଯାଇଛି । ଏହି ସାଇଟ୍‌ମାନଙ୍କ ଯୋଗୁଁ ଲୋକମାନଙ୍କର ମାନସିକତା ଖରାପ ହେଉଥିବା ସେଠାକାର ସରକାର କହିବା  ଏପରି ସମସ୍ତ ସାଇଟ୍‌କୁ ନିଷେଧ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।

ଏପରିକ ଖରାପ ଚଳଚ୍ଚିତ୍ର, ଛବି ଓ ଏପରି ଜିନିଷକୁ ପ୍ରୋତ୍ସାହନ ଦେଉଥିବା ଜିନିଷର ବିକ୍ରି, ପ୍ରସାର , ପ୍ରସାରଣ ଉପରେ ରୋକ ଲଗାଯାଇଛି । ନେପାଳର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏଥିପାଇଁ ନିର୍ଦେଶ ଜାରି କରିଛି । ନେପାଳରେ ତୁରନ୍ତ ଏହି ନିର୍ଦେଶକୁ ଲାଗୁ କରାଯାଇଛି ।

Leave A Reply