ନେହା ଧୂପିଆଙ୍କ ବିବାହକୁ ନେଇ ଚର୍ଚ୍ଚା

0

ମୁମ୍ବଇ: ଅଭିନେତ୍ରୀ ନେହା ଧୁପିଆ ମେ ୧୦ ତାରିଖରେ ଏକ ଗୁରୁଦ୍ୱାରରେ ବିବାହ କରିଛନ୍ତି। କାହାକୁ ନ ଜଣାଇ ଅଭିନେତ୍ରୀ ନେହା ଧୂପିଅ। କାହିଁକି ବିବାହ କଲେ? ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସାମାଜିକ ଗଣମାଧ୍ୟମରେ କିଛିଲୋକ ନେହା ଗର୍ଭବତୀ ଥିବାରୁ ସେ ଏପରି ଗୁପ୍ତ ବିବାହ କରିଛନ୍ତି ବୋଲି ଆକ୍ଷେପ କରିଛନ୍ତି। ଏହାକ କୁନେଇ ଅଭିନେତ୍ରୀ ନେହାଙ୍କ ପିତା ପ୍ରଦୀପ ଧୂପିଆ ଆକ୍ଷେପକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ନେହା ଏବଂ ଅଙ୍ଗଦ ନିଜର କାର୍ଯ୍ୟକୁ ନେଇ ବ୍ୟସ୍ତଥିବାରୁ ସେ ବିବାହ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଇଚ୍ଛା କରିଥିଲେ। ତେଣୁ ଏହା ସମ୍ପୁର୍ଣ୍ଣ ମିଥ୍ୟା ଏହାର କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି।
ଅଭିନେତ୍ରୀ ନେହା ଓ ଅଙ୍ଗଦ ବହୁଦିନଧରି ଦୁହେଁ ଦୁହିଁଙ୍କୁ ଜାଣିଥିଲେ। ବର୍ତ୍ତମାନ ସେମାନେ ଆମେରିକାରେ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ଦୁହେଁ ବହୁଶୀଘ୍ର ମୁମ୍ବଇ ଆସି ନିଜର ବାହାଘର ଭୋଜି ଦେବେ।

Leave A Reply