ମାଆ ହେଲେ ନେହା

0

ମୁମ୍ବଇ : ବଲିଉଡ୍‌ ଅଭିନେତ୍ରୀ ନେହା ଧୁପିଆ ରବିବାର ସକାଳୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଜନ୍ମ ପରେ ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି।

ନେହା ମାଆ ହେବା ଖବର ପ୍ରକାଶ ପାଇବା ପରେ ସମ୍ପର୍କୀୟ, ପ୍ରଶଂସକ ଓ ବଲିଉଡ୍‌ରୁ ଉଭୟ ନେହା ଓ ସ୍ୱାମୀ ଅଙ୍ଗଦ୍‌ ବେଦିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ଚଳିତ ବର୍ଷ ମେ’ ୧୦ରେ ନେହା ଓ ଅଙ୍ଗଦ ନୂଆଦିଲ୍ଲୀର ଏକ ଗୁରୁଦ୍ୱାରରେ ଗୋପନରେ ବିବାହ କରିଥିଲେ। ଏହାକୁ ନେଇ ସେତେବେଳେ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା।

ତେବେ ଗତ ସପ୍ତାହରେ ଟେଲିଭିଜନ୍ ଶୋ’ ‘ନୋ ଫିଲ୍ଟର୍‌ ନେହା’ ରେ ଅତିଥି ଭାବେ ଆସିଥିବା ସ୍ୱାମୀ ଅଙ୍ଗଦ କହିଥିଲେ ଯେ ନେହା ବିବାହ ପୂର୍ବରୁ ହିଁ ଗର୍ଭବତୀ ଥିଲେ।

Leave A Reply