ଛତିଶଗଡ଼ : ୧୦ ମାଓବାଦୀ ନିହତ

0

ବିଜାପୁର(ଛତିଶଗଡ଼) : ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲା ଭୈରମଗଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୧୦ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିସହିତ ଘଟଣାସ୍ଥଳରୁ ୧୧ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ବିଜାପୁର ଜିଲା ଏସ୍‍ପି ମୋହିତ ଗର୍ଗ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ସିଆରପିଏଫ୍‍ ଓ ଜିଲା ପୁଲିସ ବଳ ସହିତ ଡିଆରଜି ଟିମ୍‍ ସେହି ଅଞ୍ଚଳରେ ତଲାସି ଅଭିଯାନ ଚଳାଇଥିବା ବେଳେ ହଠାତ୍‍ ମାଓବାଦୀମାନେ ଆକ୍ରମଣ କରିଥିଲେ। ଯବାନମାନେ ମଧ୍ୟ ମାଓବାଦୀଙ୍କୁ ସାହସର ସହ ସାମ୍ନା କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଗୁଳିଗୋଳା ବିନିମୟ ହୋଇଥିଲା। ଏହି ଘଟଣାରେ ୧୦ ମାଓବାଦୀ ନିହତ ହୋଇଥିବା ବେଳେ ଆଉ କେତେକ ଆହତ ହୋଇଥିବା ଅନୁମାନ କରାଯାଉଛି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରାଯାଇଛି।

Leave A Reply