ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ସନ୍ଧାନ ମିଳିଲା

0

କଲକାତା : ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ସନ୍ଧାନ ମିଳିଲା। ଶନିବାର ସନ୍ଧ୍ୟା ୭.୩୦ ସମୟରେ କଲକାତାର ପାର୍କସର୍କସଠାରେ କିଛି ସାମଗ୍ରୀ କ୍ରୟ କରିବା ଉଦ୍ଦେଶ୍ୟରେ ବିଧାୟକ ଯାଉଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ। ପରେ ଟଣାଓଟାର ସହିତ କେତେକ ସାମଗ୍ରୀ ଛଡ଼ାଇ ନେଇଥିଲେ। ବିଧାୟକ ଶ୍ରୀ ନନ୍ଦ ଦୌଡ଼ି ଦୌଡ଼ି ଯାଇଥିଲେ ସୁଦ୍ଧା ଦୁର୍ବୃତ୍ତମାନେ ତାଙ୍କ ପଛରେ ଦୌଡ଼ିଥିଲେ, ତେଣୁ ପ୍ରାଣ ବିକଳରେ ଶ୍ରୀ ନନ୍ଦ ଆତ୍ମଗୋପନ କରିଥିଲେ ବୋଲି କୁହାଯାଉଥିଲା। ସେ କଲକାତାର ସେକ୍ସପିୟର ସରଣୀସ୍ଥିତ ଅରିସ୍‌ ହୋଟେଲରେ ରହୁଥିଲେ। ଦୀର୍ଘ ସମୟ ନ ଫେରିବାରୁ ତାଙ୍କ ସାଥୀରେ ଥିବା ଅନ୍ୟମାନେ ଆଶଙ୍କା ପ୍ରକାଶ କରିଥିଲେ। ଏହି ଖବର ପ୍ରଚାରିତ ହେବାରୁ ତାଙ୍କ ପୁତ୍ର ସମ୍ବିଦ୍‌ ନନ୍ଦ ଆଜି ଢେଙ୍କାନାଳରୁ କଲକାତାରେ ପହଞ୍ଚି ପାର୍କଷ୍ଟ୍ରୀଟ୍‌ ଥାନାରେ ଅଭିଯୋଗ କରିଥିଲେ। ତେବେ ପରେ ବିଧାୟକ ହୋଟେଲ୍‌କୁ ଫେରିଥିଲେ। ସୋମବାର ଦିନ ସେ ଭୁବନେଶ୍ୱର ଫେରିବେ ବୋଲି ଜଣାପଡ଼ିଛି। ଚର୍ଚ୍ଚା ହୁଏ ଯେ କଲକାତାରେ ଭିଆଇପିମାନଙ୍କ
ନିରାପଦ ସମ୍ପ୍ରତି ବିପନ୍ନ। ନିକଟର କେନ୍ଦ୍ର ବୃହତ୍ତ ଶିଳ୍ପ ମନ୍ତ୍ରୀ ବାବୁଲ୍‌ ସୁପ୍ରିୟ ମଧ୍ୟ ଦୁର୍ବୃତ୍ତମାନଙ୍କ ଆକ୍ରମଣର ଶିକାର ହୋଇଥିଲେ। ବିଭିନ୍ନ ସ୍ଥାନରେ ଚୋରି, ଡକାୟତି, ରାହାଜାନି ବୃଦ୍ଧି ପାଉଥିବାରୁ ମହାନଗରୀରେ ବାହାରକୁ ବାହାରିବା ଅନେକେ ଆଶଙ୍କାବୋଧ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ବିଧାୟକମାନେ ଯଦି ଏପରି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ତାହାହେଲେ ସାଧାରଣ ଜନତା କେତେ ନିରାପଦ ତାହା ଏଥିରୁ ପ୍ରମାଣିତ।

Leave A Reply