ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ି ପାରନ୍ତି ନବୀନ !

0

ଭୁବନେଶ୍ଵର: ଆଗାମୀ ନିର୍ବାଚନ ଲାଗି ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ କସରତ ଚାଲିଛି। ବିଶେଷ କରି ବିଜେଡିରୁ କେଉଁମାନଙ୍କୁ ପ୍ରାର୍ଥୀ କରାଯିବ ସେନେଇ ନବୀନ ନିବାସରେ ୨/୩ଦିନ ହେବ ଆଲୋଚନା ଚାଲିଛି। ଏହି ପରିପ୍ରେକ୍ଷୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେଉଁଠୁ ପ୍ରାର୍ଥୀ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରତିଥର ନବୀନ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ଲଢ଼ିଆସୁଥିବାବେଳେ ଏଥର ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହେବା ନେଇ ଆଲୋଚନା ଜୋର ଧରିଛି। ଏ ସମ୍ପର୍କରେ ନବୀନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ​‌ଯେ, ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବା ଲାଗି ମୋ​‌ତେ ପଶ୍ଚିମ ଓଡ଼ିଶାର ନେତା, ଚାଷୀ ଏବଂ ଛାତ୍ରୀଛାତ୍ରମାନେ ଅନୁରୋଧ କରିଛନ୍ତି। ଏହି ପ୍ରସ୍ତାବ ଉପରେ ମୁଁ ବିଚାର କରୁଛି ବୋଲି ନବୀନ କହିଛନ୍ତି।

Leave A Reply