ନୂଆ ଗ୍ରହ ନକ୍ଷତ୍ର ଖୋଜିବା ପାଇଁ  ମହାକାଶକୁ ନୂଆ ଟେଲିସ୍କୋପ ପଠାଇଲା ନାସା

0

ନ୍ୟୁୟର୍କ:  ମହାକାଶରେ ନୂଆ ଗ୍ରହ ନକ୍ଷତ୍ର ଖୋଜିବା ପାଇଁ ନାସା ଏକ ନୂଆ ଟେଲିସ୍କୋପ ମହାକାଶକୁ ପଠାଇଛି । ନାସାର ଟେସ୍‌ ସ୍ପେସ୍‌କ୍ରାଫ୍ଟକୁ ନେଇ ବୁଧବାର ଅପରାହ୍ନରେ  ମହାକାଶ ଯାନ ମହାକାଶ ଯାତ୍ରା  ଆରମ୍ଭ କରିଥିଲା । ସ୍ପେସ୍‌ ଏକ୍ସର ଫାଲକନ୍‌ ୯ ରକେଟ୍‌ରେ ଏହି ମହାକାଶ ଯାନକୁ ଫ୍ଲୋରିଡା ବାୟୁସେନା ବନ୍ଦରରୁ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା । ରକେଟ୍‌ଟି ମହାକାଶ ଯାନକୁ ପ୍ରେରଣ କରିବାପରେ ଆଟଲାଣ୍ଟିକ ମହାସାଗରରେ ଥିବା ଏକ ଜାହାଜକୁ ଫେରି ଆସିଥିଲା ।

ଏହି ଟେଲିସ୍କୋପଟ ନିଜର କକ୍ଷପଥରେ ପହଞ୍ଚିବାପାଇଁ ୬୦ ଦିନ ସମୟ ନେବ । ଟେଲିସ୍କୋପରେ ଥିବା ୪ଟି ଅତି ଶକ୍ତିଶାଳୀ କ୍ୟାମେରା ମହାକାଶର ବିଭିନ୍ନ ବିଷୟକୁ ଅନୁଧ୍ୟାନ କରିବ ।  ପୃଥୀବିଠାରୁ  ୪ ଗୁଣ ବଡ ବିଭିନ୍ନ ଗ୍ରହଙ୍କ ବିଷୟରେ ଅନୁଧ୍ୟାନ କରିବ । ଏହାକୁ ନାସାର ଗୋଡାର୍ଡ ସ୍ପେଶ୍‌ କେନ୍ଦ୍ରରୁ ପରିଚାଳନା କରାଯିବ ।

Leave A Reply