‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ

0

ନୂଆଦିଲ୍ଲୀ : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍‍ ନରେନ୍ଦ୍ର ମୋଦୀ’ ର ସୁଟିଂ ସୋମବାର ଆରମ୍ଭ ହୋଇଛି। ଅହମଦାବାଦରେ ଚଳଚ୍ଚିତ୍ର ସୁଟିଂର ଶୁଭାରମ୍ଭ ହୋଇଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମରେ ସୁଟିଂ ସେଟ୍‍ ର ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ବିବେକ ଓବରୟ ଏବଂ ଓମଙ୍ଗ୍‍ କୁମାର ଚଳଚ୍ଚିତ୍ର ସୁଟିଂର ଶୁଭାରମ୍ଭ କରୁଥିବା ଦେଖିବାକୁ ମିଳିଛି। ତରଣଙ୍କ କହିବା ଅନୁସାରେ, ଚଳଚ୍ଚିତ୍ରର ସୁଟିଂ ଅହମଦାବାଦ ବ୍ୟତୀତ ଗୁଜରାଟ ଓ ଅନ୍ୟ ସ୍ଥାନ ମାନଙ୍କରେ କରାଯିବ।

ଚଳଚ୍ଚିିତ୍ରରେ ବିବେକ ଓବରୟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ବ୍ୟତୀତ ବୋମନ ଇରାନୀ ଓ ଦର୍ଶନ କୁମାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Leave A Reply