ନେଲପଲିସ ଛଡ଼ାଇବାର ନୂଆ ଉପାୟ

0

ସମସ୍ତ ଝିଅମାନେ ନେଲପଲିସ ଲଗାଇବାର ଏକ ପ୍ରକାର ସଉକ ରଖିଥାନ୍ତି । ନେଲପଲିସ ଲଗାଇ ନିଜ ନଖକୁ ଭିନ୍ନ ଏକ ରୂପ ଦେବାକୁ ସମସ୍ତଙ୍କୁ ଭଲ ଲାଗେ, କିନ୍ତୁ ନେଲପଲିସକୁ ସଠିକ୍‌ ରୂପେ ଛଡ଼ାଇବା ସମସ୍ତଙ୍କୁ ଆସି ନ ଥାଏ । ନେଲପଲିସ୍‌ କୁ ଠିକ୍‌ ରୂପେ ନ ଛଡ଼ାଇଲେ ନଖ ଅସୁନ୍ଦର ଦେଖାଯାଏ ଓ ନଖ କୋଣରେ ନେଲପଲିସ ଲାଗି ରହେ । ଆସନ୍ତୁ ଜାଣିବା ନେଲପଲିସ ଛଡ଼ାଇବାର କିଛି ନୂଆ ଘରୋଇ ଉପାୟ ।

ଆଲକୋହଲ: ଆପଣଙ୍କ ଘରେ ଯଦି ଆଲକୋହଲ ଅଛି ତାହେଲେ ସେଥିରୁ କିଛି ବୁନ୍ଦା ନଖ ଉପରେ ପକାନ୍ତୁ, ତା ପରେ ସୂତା କପଡ଼ାରେ ଘଷି ଦିଅନ୍ତୁ । ତା ପରେ ଦେଖିବେ ନେଲପଲିସ ସମ୍ପୁର୍ଣ୍ଣ ରୂପେ ଛାଡ଼ି ଯାଇଛି ।

ଗରମ ପାଣି: ଗରମ ପାଣି ଦ୍ୱାରା ଆପଣମାନେ ମଧ୍ୟ ନେଲପଲିସ ଛଡ଼ାଇ ପାରିବେ । ଗୋଟିଏ ପାତ୍ରରେ ଅଳ୍ପ ଗରମ ପାଣି ନେଇ ସେଥିରେ ଆପଣଙ୍କ ନଖ ବୁଡ଼ାନ୍ତୁ । ୧୦ମିନିଟ ପରେ ନଖକୁ ପାଣିରୁ କାଢ଼ି ତୁଳାରେ ପୋଛି ଦିଅନ୍ତୁ । ଆପଣ ଦେଖିବେ ଲଗାଇ ଥିବା ପୁରୁଣା ନେଲପଲିସ ସମ୍ପୁର୍ଣ୍ଣ ଛାଡ଼ି ଯାଇଛି ।

ଟୁଥପେଷ୍ଟ: ଟୁଥପେଷ୍ଟ ଦ୍ୱାରା ବହୁତ କାମ ହୋଇଥାଏ । ଯଦି ଆପଣଙ୍କ ନେଲପଲିସ ସମ୍ପୁର୍ଣ୍ଣ ରୂପେ ଛାଡ଼ୁନି ତାହେଲେ ଟୁଥପେଷ୍ଟକୁ ନଖରେ ଲଗାନ୍ତୁ। ଧିରେ ଧିରେ ତୁଳାରେ ଘଷନ୍ତୁ ଓ ଦେଖିବେ ନେଲପଲିସ ଛାଡ଼ିଯିବ ।

ନେଲପଲିସ: କଥାରେ ଅଛି ଲୁହା ଲୁହାକୁ ହିଁ କାଟି ଥାଏ । ସେହିପରି ନେଲପଲିସ ନଖ ଉପରେ ଲଗାଇ ମଧ୍ୟ ନେଲପଲିସ ଛଡ଼ା ଯାଇପାରିବ । ନେଲପଲିସ ଲଗାଇବା ପୂର୍ବରୁ ନେଲପଲିସର କିଛି ବୁନ୍ଦା ନଖ ଉପରେ ପକାନ୍ତୁ, ଓ ସଙ୍ଗେ ସଙ୍ଗେ କପଡ଼ାରେ ପୋଛି ଦିଅନ୍ତୁ । ନଖ ସମ୍ପୁର୍ଣ୍ଣ ରୂପେ ସଫା ହୋଇଯିବ ଏବେ ଆପଣ ଆରାମରେ ନେଲପଲିସ ଲଗାଇ ପାରିବେ ଓ ନଖକୁ ସୁନ୍ଦର ଭାବେ ସଜାଇ ପାରିବେ ।

Leave A Reply