ଆକର୍ଷଣୀୟ ନଖ ପାଇଁ ଆପଣାନ୍ତୁ ଏହି ଡିଜାଇନ୍‍

0

ଶରୀରର ଛୋଟିଆ ଅଂଶଟିଏ ନଖ। ସୌନ୍ଦର୍ୟ୍ୟ କ୍ଷେତ୍ରରେ କିନ୍ତୁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଲମ୍ବା ହେଉ କି ଛୋଟ ନଖ ଥାଉ- ଏହାକୁ କଳାତ୍ମକ ଭଙ୍ଗୀରେ ସଜାଇ ସ୍ୱତନ୍ତ୍ର ଆକର୍ଷକ ରୂପ ଦେବା ଏବେ ଯୁବତୀମାନଙ୍କର ବିଶେଷ କାର୍ୟ୍ୟ ପାଲଟିଯାଇଛି। ଏହି ନେଲ୍‍ ଆର୍ଟ ମଧ୍ୟ ସର୍ଜନଶୀଳତାର ପରିଚୟ ହୋଇପାରୁଛି।


ସମସ୍ତେ ଲମ୍ବା ନଖ ରଖିପାରନ୍ତି ନାହିଁ। ତେଣୁ ଲମ୍ବା ହେଉ କି ଛୋଟ କେଉଁଭଳି ନଖରେ କିପରି ଡିଜାଇନ୍‍ କଲେ ତାହା ସୁନ୍ଦର ଦେଖାଯିବ ଜାଣନ୍ତୁ।

ସନ୍‍-ସେଡ୍‍ ଲୁକ୍‍
ନେଲ୍‍ ଆର୍ଟରେ ଏବେ ସନ୍‍ ଏବଂ ସେଡ୍‍ ଅର୍ଥାତ୍‍- ଖରାଛାଇ ଡିଜାଇନ୍‍ ବେଶୀ ଚାହିଦାରେ ରହିଛି। ଏଥିରେ ଗୋଟିଏ ନଖର ଅଧା ଗାଢ ଏବଂ ଆଉ ଅଧା ହାଲ୍‍କା ରଙ୍ଗର ନେଲ୍‍ପଲିସରେ ସଜାଯାଇଥାଏ। ତିନୋଟି ରଙ୍ଗ ମଧ୍ୟ ବ୍ୟବହାର କରାଯାଇପାରେ। ଏଥିପାଇଁ ମୁଖ୍ୟତଃ ଧଳା, କଳା ଏବଂ ଲାଲ୍‍ ରଙ୍ଗ ସହିତ ନୀଳ, ଗୋଲାପି ଓ ହଳଦିଆ ରଙ୍ଗର ସେଡ୍‍ ବ୍ୟବହାର କରାଯାଉଛି। ନେଲ୍‍ ଆର୍ଟ ପାଇଁ ମ୍ୟାଟ୍‍ ନେଲ୍‍ପଲିସ ବେଶୀ ଦରକାର ହେଉଛି।

 

ମାର୍ବଲ ନେଲ୍‍ଆର୍ଟ
୩ରୁ ଅଧିକ ରଙ୍ଗର ନେଲ୍‍ପଲିସକୁ ନେଇ ଏହି ଡିଜାଇନ୍‍ କରାଯାଇଥାଏ। ଏହା ଅବିକଳ ମାର୍ବଲ ଉପରେ ହୋଇଥିବା ରଙ୍ଗ ଡିଜାଇନ୍‍ ପରି ଦେଖାଯାଏ। ନିଜ ଇଚ୍ଛାନୁସାରେ ଆଙ୍କିପାରିବେ।

 

ଷ୍ଟୋନ୍‍ ନେଲ୍‍ଆର୍ଟ
ଏବେ ଫେସନ୍‍ରେ ଷ୍ଟୋନ୍‍ ଡିଜାଇନ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ତେଣୁ ନଖରୁ ବା ବାଦ୍‍ ପଡିବ କାହିଁକି? ପ୍ରଥମେ ନେଲ୍‍ପଲିସ ଲଗାଇ ତା’ ଉପରେ ବିଭିନ୍ନ କଳାତ୍ମକ ଶୈଳୀରେ ଷ୍ଟୋନ୍‍ ଖଞ୍ଜିଦିଆଯାଏ।

 

ଫ୍ଲୋରାଲ ନେଲ୍‍ଆର୍ଟ
ସାଧାରଣତଃ ଛୋଟ ନଖରେ ଏହା ଖୁବ୍‍ ସୁନ୍ଦର ଦିଶେ। ଛୋଟଛୋଟ ଫୁଲ ଯେଉଁଠି କଳାନୈପୁଣ୍ୟର ପରିଚୟ ଦିଏ, ଏହାଦ୍ୱାରା ଭିଡ ଭିତରେ ହାତ ବାରି ହୋଇଯାଏ।

 

 

 

ଥ୍ରୀଡି ନେଲ୍‍ଆର୍ଟ
କମ୍ପ୍ୟୁଟରୀକୃତ ଡିଜାଇନ୍‍ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଦୃତ ହେଉଛି। ସେହିପରି ନଖ ପାଇଁ ମଧ୍ୟ ଥ୍ରୀଡି ଡିଜାଇନ୍‍ ରହିଛି। ଅତ୍ୟାଧୁନିକ ମନୋଭାବର ଯୁବତୀମାନେ ଏହାକୁ ବେଶୀ ପସନ୍ଦ କରୁଛନ୍ତ।

ଗ୍ଲିଟର ନେଲ୍‍ଆର୍ଟ
ବଜାରରେ ଜିଙ୍କ୍‍ଯୁକ୍ତ ନେଲ୍‍ପଲିସ ଖୁବ୍‍ ଅଳ୍ପ ଦାମ୍‍ରେ ମିଳିପାରୁଛି। ବିଭିନ୍ନ ରଙ୍ଗରେ ଉପଲବ୍ଧ ଏହି ନେଲ୍‍ପଲିସ୍‍ ନିଜ ପସନ୍ଦ ଅନୁସାରେ ବାଛି ଲଗାଇପାରିବେ।

 

 

ଜିଓମେଟ୍ରିକ ନେଲ୍‍ଆର୍ଟ
ଏହା ଖୁବ୍‍ ସହଜ ହୋଇଥିବାବେଳେ ସୁନ୍ଦର ବି ଦେଖାଯାଏ। ସାମାନ୍ୟ ଜ୍ଞାନରେ ଏହାକୁ ଘରେ କରିହେବ। କେବଳ ସୁନ୍ଦର ଭାବେ ସିଧା ଗାର ପକାଇ ପାରିଲେ ଏବଂ ରଙ୍ଗକୁ ମେଳ କରାଇପାରିଲେ ଏହି ଡିଜାଇନ୍‍ ବେଶ୍‍ ସୁନ୍ଦର ଏବଂ ଆକର୍ଷକ ହୋଇପାରେ।     

 

Leave A Reply