୨୦୧୯ ସାଧାରଣ ନିର୍ବାଚନ ପାଇଁ ନେତା ନିର୍ବାଚନ : ମୋଦୀ ସବୁଠାରୁ ଆଗରେ

0

ଚେନ୍ନଇ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଏବେ ଚର୍ଚ୍ଚା ଚାଲିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭିନ୍ନ ଭିିନ୍ନ ରଣନୀତି ପ୍ରସ୍ତୁତ କରାଯାଉଛି। ତେବେ ଆଇ-ପ୍ୟାକ ପକ୍ଷରୁ ଏନଏଏଫ ୱେବସାଇଟ ମାଧ୍ୟମରେ ନାଗରିକମାନଙ୍କୁ ନିଜର ନେତା ବାଛିବାକୁ କୁହାଯାଇଛି। ୨୦୧୯ ନିର୍ବାଚନ ପାଇଁ ନାଗରିକମାନେ ଅନ୍‍ଲାଇନରେ ନିଜର ନେତାଙ୍କୁ ମନୋନୟନ କରିବାକୁ ସରକାରୀ ଭାବେ କୁହାଯାଇଛି।
ତେବେ ଅନଲାଇନ୍‍ ଭୋଟିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୧ ପ୍ରତିଶତ ଭୋଟ ପାଇ ସବୁଠାରୁ ଆଗରେ ଅଛନ୍ତି। ତାଙ୍କ ପଛକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଡିଏମ୍‍କେର କାର୍ଯ୍ୟକାରୀ ସଭାପତି ଏମ୍‍.କେ ଷ୍ଟାଲିନ୍‍ ଅଛନ୍ତି।


ଏନଏଏଫ ୱେବସାଇଟ୍‍ ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ନେତା ମାନେ ହେଉଛନ୍ତି ସିପିଆଇ-ଏମ୍‍ ମହାସଚିବ ସୀତାରାମ ୟେଚୁରୀ, କଂଗ୍ରେସ ସାଂସଦ ଶଶୀ ଥରୁର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବହୁଜନ ସମାଜ ପାର୍ଟି(ବିଏସ୍‍ପି) ସୁପ୍ରିମୋ ମାୟାବତୀ।

ଆଇ-ପ୍ୟାକ ଅଧିକାରୀମାନେ ଆଇଏଏନଏସକୁ କହିଛନ୍ତି ଯେ ଏନଏଏଫ ୱେବସାଇଟ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଆସନ୍ତା ବର୍ଷର ସାଧାରଣ ନିର୍ବାଚନ ପାଇଁ ଏହି ନାଗରିକ କେନ୍ଦ୍ରୀକ କ୍ରିୟାଶୀଳ ଏଜେଣ୍ଡା ପ୍ରସ୍ତୁତ କରାଯାଉଛି।
ସ୍ୱାଧୀନ ଭାରତ ପାଇଁ ଗାନ୍ଧିଜୀଙ୍କର ୧୮- ସୂତ୍ରୀ ରଚନାତ୍ମକ କାର୍ଯ୍ୟକ୍ରମ ଓ ତାହାକୁ ପୁନର୍ଜିବୀତ କରିବା ପାଇଁ ଏନଏଏଫ ଗଠନ କରାଯାଇଛି। ଭାରତର ବିକାଶକୁ ପ୍ରାଥମିକତା ଦେଇ ଅଗ୍ରାଧିକାର ଭିତ୍ତିରେ କ୍ରିୟାଶୀଳ ଏଜେଣ୍ଡା ପ୍ରସ୍ତୁତ କରାଯାଉଛି।
ବର୍ତ୍ତମାନ ଏହାର ୨୫,୦୦୦ରୁ ଅଧିକ ପଞ୍ଜିକୃତ ସଦସ୍ୟ ଅଛନ୍ତି। ତେବେ ପ୍ରାୟ ଏକ କୋଟି ନାଗରିକଙ୍କୁ ସଂଗଠିତ କରିବା ପାଇଁ ଆଶା କରାଯାଉଛି। ଏନଏଏଫର ଜଣେ ଅଧିକାରୀ କହିଛନ୍ତି ଯେ ୱେବସାଇଟ ମାଧ୍ୟମରେ ଏକ କ୍ରିୟାଶୀଳ ଏଜେଣ୍ଡା ପ୍ରସ୍ତୁତ କରି ନାଗରିକମାନେ ମତଦାନ କରି ନିଜର ନେତା ମନୋନୟନ କରିବେ।
ୱେବସାଇଟ୍‍ ତାଲିକାରେ ସ୍ଥାନ ପାଇଥିବା ନେତାଙ୍କ ବ୍ୟତୀତ ଅନ୍ୟ ନେତାଙ୍କୁ ବାଛିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଅଗଷ୍ଟ ୧୫ ତାରିଖ ସୁଦ୍ଧା ଥରେ ମତଦାନ ଶେଷ ହୋଇଯିବା ପରେ, ଯୁବ ସ୍ୱୟଂ ସେବକମାନେ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ମନୋନିତ ହୋଇଥିବା ନେତାମାନଙ୍କୁ ଭେଟିବେ।
୨୦୧୯ ଜାନୁଆରୀରେ ଦଳର ଇସ୍ତହାର ଭାବେ ଗହଣ କରାଯିବା ପୂର୍ବରୁ ଏହି ଏଜେଣ୍ଡାକୁ ସାରା ଦେଶ ସମ୍ମୁଖରେ ରଖାଯିବ ବୋଲି ଏନଏଏଫ ପକ୍ଷରୁ କୁହାଯାଇଛି।

Leave A Reply