ନାବାଳିକାକୁ ଗୁଳିମାଡ

0

କୋରାପୁଟ ..- କୋରାପୁଟ ଜିଲା ଜୟପୁର ସହରର  କିଆବନ୍ଧ ନିକଟରେ ଜଣେ ନାବାଳିକାକୁ କେହି ଜଣେ ଦୁର୍ବୃତ୍ତ ଗୁଳିମାଡ କରିଥିବା ଅଭିଯୋଗ ହୋଇଛି ।   ତେବେ ଗୁଳି ମାଡର କାରଣ ଜଣା ପଡି ନାହିଁ । ଗୁରୁତର ନାବାଳିକାଙ୍କୁ ଚିକିତ୍ସା ପାଇଁ  କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ଗୁରୁତର ହୋଇଥିବା ନାବାଳିକାଙ୍କର ବୟସ ୧୨ ବର୍ଷ । ସେ  ଘରେ ଥିବା ଶୌଚାଳୟକୁ ଯାଇ ବାହାରକୁ ବାହାରୁଥିବା ସମୟରେ ତାଙ୍କ ପିଠି ପଟ ଦେଇ ଗୁଳି ବାଜିଥିଲା । ଏହା ଛାତି ବାଟେ ବାହାରି ଯାଇ ଘରେ ଥିବା କାନ୍ଥରେ ବାଜିଥିଲା । ତାଙ୍କୁ ଚିକିତ୍ସା ପାଇଁ ପରିବାର ଲୋକ ଡାକ୍ତରଖାନାକୁ ନେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଏହାର ତଦନ୍ତ କରୁଛି । କିଏ କାହିଁକି ଗୁଳି ମାରିଲା ବୋଲି ପୁଲିସ ଏହାର ତଦନ୍ତ କରୁଛି ।

Leave A Reply