କରଜ ପାଇଁ ବଳି ପଡିଲା ପୁଅ

0

ନୂଆପଡା: କରଜ ଟଙ୍କା ନ ସୁଝିବାରୁ ପୁଅକୁ ହରାଇବାରୁ ପଡିଛି । ଏଭଳି ଏକ ଅଭାବନୀୟ ଘଟଣା ନୂଆପଡାରେ ଦେଖିବାକୁ ମିଳିଛି । ଏହି ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ମାତ୍ର ୭ ହଜାର ଟଙ୍କା ପରିବାର ଲୋକ ଜଣଙ୍କଠାରୁ କରଜ ଆଣିଥିଲେ । ଏହି ଟଙ୍କା ସୁଝି ନଥିବାରୁ ମାଟ୍ରିକରେ ପଢୁଥିବା ତାଙ୍କୁ ପୁଅକୁ ଅପହରଣ କରାଯାଇଥିଲା। ପରେ ଜଙ୍ଗଲ ଭିତରକୁ ନେଇ ଉକ୍ତ ନାବାଳକଙ୍କୁ ହତ୍ୟା କରିବା ପରେ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ । ଏହି ହତ୍ୟାକାଣ୍ଡରେ ଦୁଇ ଜଣ ହତ୍ୟାକାରୀ ସଂମ୍ପୃକ୍ତ ଥିବା ଜଣାପଡିଛି । ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଗତ ୩୦ ତାରିଖରୁ ଉକ୍ତ ନାବାଳକ ଘରୁ ନିଖୋଜ ଥିଲେ ।

Leave A Reply