ମୁକୁନ୍ଦ ସୋଡି ମାଲକାନଗିରି ବିଧାୟକ ପ୍ରାର୍ଥୀ, କର୍ମୀଙ୍କ ମଧ୍ୟରେ ଉତ୍ସାହ

0

ମାଲକାନଗିରି : ବହୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ରାଜ୍ୟ ବିଜେଡି ନେତୃବୃନ୍ଦ ରବିବାର ମାଲାକନଗିରି ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ମୁକୁନ୍ଦ ସୋଡିଙ୍କୁ ଘୋଷଣା କରିଛନ୍ତିା ରବିବାର ସେ ଭୂବନେଶ୍ଵରରୁ ଦଳୀୟ ଟିକଟ ପାଇବାପରେ ମାଲକାନଗିରି ଅଭିମୁଖେ ଫେରୁଥିବା ପ୍ରକାଶ କରିଛନ୍ତିା ତେବେ ଆସନ୍ତା କାଲି ଶ୍ରୀ ସୋଡି ଏବଂ ଚିତ୍ରକୋଣ୍ଡା ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାକା ଉଭୟ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। ମୁକୁନ୍ଦ କିଛି ଦିନ ପୂର୍ବେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲୋ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡି ବିଧାୟକ ଭାବେ କାର୍ଯ୍ୟ କରିଥିଲେ। ପରେ ୨୦୧୬ ମସିହାରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ଏବଂ ତାଙ୍କ ନେତୃତ୍ୱରେ ପଞ୍ଚାୟତ ନିର୍ବାଚନରେ ବିଜେପିଦଳ ଭଲ ପ୍ରଦର୍ଶନ କରି ଜିଲ୍ଲା ପରିଷଦ ଗଠନ କରିଥିଲ।। ବିଜେଡିକୁ ମାତ୍ର ଗୋଟିଏ ଜିଲ୍ଲା ପରିଷଦ ପ୍ରାର୍ଥୀ ଜିତିଥିବା ବେଲେ ପୁନର୍ବାର ବିଜେଡି ମୁକୁନ୍ଦ ସୋଡିଙ୍କ ଉପରେ ଆସ୍ଥା ରଖି ଟିକଟ ପ୍ରଦାନ କରିଛନ୍ତିା ତେବେ ପୂର୍ବରୁ ମଧ୍ୟ ମାଲକାନଗିରି ବାସୀ ତାଙ୍କ ଉପରେ ଭରଷା କରିଥିଲେ ଏବଂ ତାଙ୍କୁ ବିପୁଳ ପରିମାଣରେ ଜିତାଇଥିବା ବେଳେ ପୁନର୍ବାର ନବୀନ ସରକାରଙ୍କ ସ୍ୱଚ୍ଛ ଶାସନ, ଲୋକାଭିମୁଖି କାର୍ଯ୍ୟକ୍ରମ ସହ ଗୁରୁପ୍ରିୟା ସେତୁ ଓ ମାଲକାନଗିରିରେ ସାତ ମହାଲ ବିଶିଷ୍ଟ ମେଡିକାଲ ନିର୍ମାଣ ଭଳି ଐତିହାସିକ ପ୍ରଗତି ହୋଇଥିବାରେ ତାଙ୍କୁ ଜନ ସମର୍ଥନ ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତିା ତେବେ ବର୍ତ୍ତମାନର ବିଧାୟକ ମାନସ ମାଡକାମି ଟିକଟ ଲବିରେ ଆଗରେ ଥିବା ବେଳେ ତାଙ୍କୁ ଦଳ ଭରଷା ନକରି ବିକଳ୍ପ ଭାବେ ମୁକନ୍ଦଙ୍କୁ ଦେବାରୁ ମାନସଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛିା ରବିବାର ମୁକୁନ୍ଦଙ୍କୁ ଟିକଟ ମିଳିବା ପରେ ଦଳୀୟ କାର୍ଯ୍ୟାଳୟରେ ବରିଷ୍ଠ ବିଜେଡି ନେତା ପ୍ରଭାକର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଗଣେଶ ମଣ୍ଡଳ, ହୃଦାନନ୍ଦ ସାହୁ, ଭାନୁ ବାରିକ, ବାଦଲ କୁମାର ବେଉରା, ପ୍ରମୁଖ ବାଣ ଫୁଟାଇ ଆନନ୍ଦ ପ୍ରକଟ କରିଥିଲୋ

Leave A Reply