ବିବାହ ବେଦୀରୁ ଉଦ୍ଧାର ହେଲେ ଦୁଇ ନାବାଳିକା

0

ଗୋଚ୍ଛପଡା: ବିବାହ ବେଦୀରୁ ଦୁଇ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । କନ୍ଧମାଳ ଜିଲା ଗୋଚ୍ଛପଡା ଅନ୍ତର୍ଗତ କାସିନିପଦର ଓ ଲୋହରା ସାହିରେ ଗତକାଲି ଦୁଇଟି ବାଲ୍ୟ ବିବାହର ଆୟୋଜନ ହୋଇଥିଲା। କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପୁଲିସ ସହ ଚାଇଲ୍ଟ ଲାଇନ୍ ଓ ସିଡବ୍ଳ୍ୟୁଓ ଅଧିକାରୀ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ସେଠାରୁ ପୁଅ ଘର ଲୋକ ଫେରାର ହୋଇଥିଲେ । ଉଦ୍ଧାର ନାବାଳିକାଙ୍କୁ ଚାଇଲ୍ଟ ଲାଇନକୁ ହସ୍ତାନ୍ତର କରାଯାଇଛି ।

Leave A Reply