ପୁଅର କ୍ରୁରତା, ମା’ର ମମତା

0

ବାଲେଶ୍ବର: ‘ପୁତ୍ର କୁପୁତ୍ର ହୋଇପାରେ; କିନ୍ତୁ ମା’ କେବେ କୁମାତା ହୋଇପାରେ ନାହିଁ ’ । ଏହି ଉକ୍ତିଟି ଆଜି ସତ ବୋଲି ପ୍ରମାଣ ହୋଇଛି । ମା’କୁ ଅତି ନିର୍ଦୟ ଭାବରେ ପୁଅ ପିଟୁଥିବା ଏକ ଭିଡିଓ ଭାଇରାଲ ହୋଇଛି । କିନ୍ତୁ ପୁଅ ହାତରୁ ମାଡ ଖାଇବା ଘଟଣାକୁ ମା’ ଅସ୍ବୀକାର କରିଛି । ପୁଅର କ୍ରୁରତାକୁ ଘଣ୍ଟ ଘୋଡ଼ାଇଛି ମା’ର ମମତା। ଭିଡିଓଟି ଭାଇରାଲ ହେବା ପରେ ମା’କୁ ମାଡ଼ ମାରିବା ଅଭିଯୋଗରେ ବସ୍ତା ପୁଲିସ ପୁଅ ଶ୍ରୀଧର ବାରିକ୍ କୁ ଗିରଫ କରିଛି ।

ଏହା ପୂର୍ବରୁ ମଧ୍ୟ ଶ୍ରୀଧର ବହୁବାର ବୁଢୀମା’କୁ ମାରପିଟ୍‌ କରୁଥିବା ଗାଁ ଲୋକେ କହିଛନ୍ତି। ଭାଇରାଲ ଭିଡିଓ ଘଟଣା ନିର୍ଦ୍ଦିଷ୍ଟ ଭାବ କେବେକାର ଜଣାପଡ଼ିନାହିଁ । ଏହି ଭିଡିଓକୁ ବ୍ଳକ୍ ସମାଜ ମଙ୍ଗଳ ଅଧିକାରୀ ଦେଖିବା ପରେ ଗତ ୮ ତାରିଖ ଦିନ ବସ୍ତା ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଅଧାରରେ ଆଜି ସକାଳେ ପୁଲିସ ପୁଅ ଶ୍ରୀଧରକୁ ଗିରଫ କରିଛି ।

ଭାଇରାଲ ଭିଡିଓର ଚିତ୍ର ଅନୁଯାୟୀ ଶ୍ରୀଧର ଗାଁ ଦାଣ୍ଡରେ ବଢ଼ ମା’ର ଚୁଟି ଟାଣି ଗୋଇଠା, ବିଧା ମାରୁଛି । ଏକ କାଠ ଫାଳିଆରେ ବୃଦ୍ଧାଙ୍କ ତଣ୍ଟି ଉପରେ ରଖି ମାରିବାକୁ ଉଦ୍ୟମ କରୁଛି ପୁଅ । ଜନ୍ମା କଲା ମା’ ସହ ପୁଅର ପଶୁ ଭଳି ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏହି ସବୁ ସ୍ଵତ୍ତ୍ୱେ ପୁଅକୁ ଘଣ୍ଟ ଘୋଡ଼ଇବାକୁ ଚେଷ୍ଟ କରୁଛି ମା’ । ଗଣମାଧ୍ୟମ ପ୍ରତିନିଧିକଙ୍କ ପ୍ରଶ୍ନର ଉତ୍ତରରେ ପୁଅର ମାଡ ମାରିବା ଘଟଣାକୁ ମା’ ଅସ୍ବୀକାର କରିଛି ।

ସେହିପରି କିଛି ଦିନ ତଳେ ବରଗଡର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗାଁ ଦାଣ୍ଡରେ ଶାଶୂଙ୍କୁ ଘୋଷାଡି ଘୋଷାଡି ମାରୁଥିଲା ବୋହୂ । ଏହି ଦୃଶ୍ୟକୁ ଗାଁ ଲୋକେ ଦେଖୁଥିଲେ ମଧ୍ୟ ଚୁପ୍ ରହିଥିଲେ । ଏହି ଘଟଣାରେ ସ୍ଥାନୀୟ ପୁଲିସ ବୋହୂକୁ ଗିରଫ କରିଥିଲା।  ପୁଅକୁ ଗିରଫ କରିବା ପାଇଁ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଦାବି କରାଯାଇଥିଲା ।

Leave A Reply