ମୋହନା ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଚୁଡାନ୍ତ, କଂଗ୍ରେସ, ବିଜେପିର ପ୍ରାର୍ଥୀ ଅସ୍ୱଷ୍ଟ

0

ମୋହନା : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନକୁ ନେଇ ବିଭିନ୍ନ ଦଳର ଅଙ୍କ କଷା ଚାଲିଥିବା ବେଳେ ସୋମବାର ବିଜୁ ଜନତା ଦଳ ପକ୍ଷରୁ ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ପତ୍ନୀ ପୁର୍ଣ୍ଣବାସୀ ନାୟକଙ୍କୁ ମହିଳା ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ମାତ୍ର କଂଗ୍ରେସ ଓ ବିଜେପିର ପାର୍ଥୀ ଚୟନ ଭାଗ ବଣ୍ଟାକୁ ନେଇ ଏବେ ମଧ୍ୟ ଚିତ୍ର ଅସ୍ୱଷ୍ଟ ରହିଛି। କଂଗ୍ରେସ ଦଳ ପକ୍ଷରୁ ପିସିସି ସମ୍ପାଦକ ଦାଶରଥୀ ଗମାଙ୍ଗ ଓ ପାଣିଗଣ୍ଡା ସରପଞ୍ଚ ଯୋହନ ଦଳବେହେରାଙ୍କ ନାମ ଶୁଣା ଯାଉଥିବା ବେଳେ କିଏ ଟକଟ ପାଇବ ତାହାକୁ ନେଇ ଉଭୟେ ଆଶାବାଦୀ ଥିବା ଶୁଣିବାକୁ ମିଳୁଛି। ଅପରପକ୍ଷେ ବିଜେପିର ପ୍ରାର୍ଥୀ ଚୟନକୁ ନେଇ ଚିତ୍ର ମଧ୍ୟ ଅସ୍ୱଷ୍ଟ ରହିଛି। ପୁର୍ବତନ ମୋହନା ବ୍ଳକ ଚେୟାରମ୍ୟାନ ପ୍ରଶାନ୍ତ ମଲ୍ଲିକ, ପୁର୍ବତନ ବିଧାୟକ ଭରତ ପାଇକ, ମହେନ୍ଦ୍ରଗଡ ସରପଞ୍ଚ ଭାସ୍କର ପାଇକ ଓ ଯୁବ ସଂଗଠକ ତଥା ଓକିଲ କାମଦେବ ବଡନାୟକ ମଧ୍ୟ ଟିକଟ ଲବୀରେ ସାମିଲ ଥିବା ଶୁଣିବାକୁ ମିଳୁଛି। କାହାକୁ ଟିକଟ ମିଳିବ କିଏ ପ୍ରାର୍ଥୀ ହେବ ଏବେ ପର୍ଯ୍ୟନ୍ତ ମଧ୍ୟ ତାହା ଚୁଡାନ୍ତ ହୋଇ ପାରିନାହିଁ। ଫଳରେ ସମସ୍ତେ ଟିକଟ୍ ପାଇବାକୁ ନେଇ ଆଶାବାଦୀ ଅଛନ୍ତି। ତେବେ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ମୋହନା ବ୍ଳକର ବିଜେଡି କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିବା ସହ ବାଣ ଫୁଟାଇଥିଲେ।

Leave A Reply