ଅବକାରୀ ସଚିବଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ

0

ମୋହନା : ରାଜ୍ୟ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ମୋହନା ବ୍ଲକରେ ଚାଲିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଓ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ । ପ୍ରଥମେ ଜିରାଙ୍ଗ ନିକଟରେ ଥିବା ତିଦ୍ଭତିଆନଙ୍କ ବୁଦ୍ଧ ମନ୍ଦିର ପରିଦର୍ଶନ କରିବା ସହିତ ରାସ୍ତା ଘାଟ, ପୋଲ, ଫୁଡ କୋର୍ଟ, ପାଣି ଓ ଆନୁସାଙ୍ଗିକ ବ୍ୟବସ୍ଥା ବିଷୟରେ ପଚାରି ବୁଝିବା ସହିତ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସକାଶେ ବିଭିନ୍ନ କାର୍ଯ୍ୟକରିବା ପାଇଁ କହିଥିଲେ । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ନିରାମୟ ଔଷଧ ରୋଗୀଙ୍କୁ ମିଳୁଛି ନା ନାହିଁ ପଚାରି ବୁଝିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରରେ ନିର୍ମାଣ ହେଉଥିବା ଘର ଓ ର୍ୟାମ୍ପ ବୁଲି ଦେଖିବା ସହ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଜିଲ୍ଲାପାଳଙ୍କୁ ଆବଶ୍ୟକ ଅର୍ଥ ଶୀଘ୍ର ଯୋଗାଇ ଦେବାପାଇଁ କହିଥିଲେ। ଗର୍ଭବତୀ ମହିଳାମାନଙ୍କୁ ଠିକ ସେବା ମିଳୁଛି ନା ନାହିଁ ପଚାରି ବୁଝି ପ୍ରସୁତି ଗୃହ ପରିଦର୍ଶନ କରିଥିଲେ । ଏହାପରେ ମୋହନା ବ୍ଲକର ଅଡବା ଓ ପାଣିଗଣ୍ଡା ପରିଦର୍ଶନରେ ଯାଇ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଉପସ୍ଥିତ ସାଧାରଣ ଲୋକଙ୍କ ସହିତ କଥାବର୍ତ୍ତା ହୋଇ ପେନସନ, ବାର୍ଦ୍ଧକ୍ୟ ଭତା, ଦିବ୍ୟାଙ୍ଗ ଭତା, ମନରେଗା କାର୍ଯ୍ୟ, ଗ୍ରାମ୍ୟ ରାସ୍ତା, ପାଣି, ରେସନ କାର୍ଡ, ଚାଉଳ ଉଠାଣ, ପରିମଳ ଓ ନିରାମୟ ଔଷଧ ସଠିକଭାବେ ମିଳିବା ଓ କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ । ସଚିବଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ଅନୁପମ ସାହା, ବିଡିଓ ପଦ୍ମନାଭ ବେହେରା, ଗ୍ରାମ୍ୟ ଉନ୍ନୟନ ନିର୍ବାହି ଯନ୍ତ୍ରୀ ରବିନ୍ଦ୍ର କୁମାର ବେହେରାଙ୍କ ସମେତ ମୋହନା ବ୍ଳକରେ ରହିଥିବା ବିଭିନ୍ନ କାର୍ଯ୍ୟଳୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply