ପ୍ରଧାନମନ୍ତ୍ରୀ ପରିଦର୍ଶନ କରିବେ କୁମ୍ଭମେଳା

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ପ୍ରୟାଗରାଜଠାରେ କୁମ୍ଭମେଳା ପରିଦର୍ଶନ କରିବେ। ସେ ସ୍ୱଚ୍ଛକୁମ୍ଭ ସ୍ୱଚ୍ଛ ଆଭାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ପାନୀୟଜଳ ଓ ପରିମଳ ମନ୍ତ୍ରଣାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ସଫାଇ କର୍ମଚାରୀ, ସ୍ୱଚ୍ଛାଗ୍ରହୀ, ପୋଲିସ କର୍ମଚାରୀ ଓ ନାବିକ ମାନଙ୍କୁ ସ୍ୱଚ୍ଛ କୁମ୍ଭ, ସ୍ୱଚ୍ଛ ଆଭାର ପୁରସ୍କାର ପ୍ରଦାନ କରିବେ। ସ୍ୱଚ୍ଛ କୁମ୍ଭରେ ଯେଉଁମାନଙ୍କର ମୁଖ୍ୟ ଭୂମିକା ରହିଛି, ସେମାନଙ୍କ ସମ୍ମାନାର୍ଥେ ଏହି ପୁରସ୍କାର ପ୍ରଦାନ କରାଯିବ। ସ୍ୱଚ୍ଛସେବା ସମ୍ମାନ ସୁବିଧା ଓ ସହାୟତା ଘୋଷଣା କରାଯିବ। ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସଭାରେ ଉଦ୍‍ବୋଧନ ଦେବେ। ପ୍ରଧାନମନ୍ତ୍ରୀ ତ୍ରିବେଣୀ ସଂଗମଠାରେ ବୁଡ ପକାଇବେ ଏବଂ ପ୍ରୟାଗରାଜ ଠାରେ ସଫାଇ କର୍ମଚାରୀମାନଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply