୨୬ତାରିଖ ଅପରାହ୍ନରେ ମୋଦିଙ୍କର କାର୍ଯ୍ୟକ୍ରମ, କଟକରେ ଟ୍ରାଫିକ କଟକଣା

0

କଟକ: ୨୬ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକରେ ଏକ ବିଶାଳ ସମାବେଶରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି  । ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନୀଳ ପୁସ୍ତକ ଅନୁସାରେ  ପ୍ରୋଟୋକଲ ଓ ନିରାପତ୍ତା ବ୍ୟବସ୍ଥାକୁ ପୂର୍ଣ୍ଣ ଭାବେ ଅନୁପାଳନ କରିବା ସହ ଆବଶ୍ୟକତା ଅନୁଯାୟୀ ସମସ୍ତ ବ୍ୟବସ୍ଥା କରିବାକୁ ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଓଡ଼ିଶାରେ ମାତ୍ର ୨ଘଣ୍ଟା ୩୦ ମିନିଟ ରହିବା କାର୍ଯ୍ୟକ୍ରମ ରହିଛି।। କାର୍ଯ୍ୟସୂଚୀ ଅନୁଯାୟୀ ୨୬ ତାରିଖ ଅପରାହ୍ଣ ୩.୨୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟରରେ ଯାଇ ନରାଜ ହେଲିପ୍ୟାଡରେ ଅବତରଣ କରିବେ। ସଡ଼କ ପଥରେ ବାଲିଯାତ୍ରା ପଡ଼ିଆ ଯାଇ ସେଠାରେ ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ। ସାଧାରଣ ସଭା ପରେ ସେ ଭୁବନେଶ୍ୱର ଫେରି ୫.୫୫ ମିନିଟରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

ଏଥିପାଇଁ କଟକରେ ଟ୍ରାଫିର କଟକଣା କରାଯାଇଛି । କମିସନରେଟ ପୁଲିସ ପକ୍ଷରୁ ଏ ନେଇ ଟ୍ରାଫିକ ଉପଦେଶନାମା ଜାରି କରାଯାଇଛି । ଦିନ ୧୦ ଟା ସମୟରୁ ଟ୍ରାଫିକ କଟକଣା କରାଯିବ । ମାତା ମଠ ଠାରୁ ସମସ୍ତ ଗାଡି ଡିସିପିଙ୍କ କାର୍ଯ୍ୟାଳୟ ସାମ୍ନା ଗଡା ଦେଇ ସଭା ସ୍ଥଳକୁ କରମଙ୍ଗା ମଠ ରାସ୍ତା ଦେଇ ଯାଇ ପାରିବ । ନିର୍ମାଧିନ ଡିସିପଙ୍କ କାର୍ଯ୍ୟାଳୟଠାରୁ ଆଗକୁ କୌଣସି ଗାଡି ଯାଇ ପାରିବେ ନାହିଁ ।

ଚହଟା ରାସ୍ତାରେ ଆସୁଥିବା ସମସ୍ତ ଗାଡି ଗୋରା କବର ନିକଟରେ ରହିବ ।  ଗଡ ଗଡିଆ ମନ୍ଦିର ଠାରୁ ଆଗକୁ ଗାଡି ଆଗକୁ ଯାଇ ପାରିବେ ନାହିଁ । ଚଣ୍ଡୀଛକ ଆଡୁ ଆସୁଥିବା ଗାଡି ଦୟାଶ୍ରମ ରାସ୍ତାରେ ଗାଡି ରଖି ସଭାସ୍ଥଳକୁ ଯାଇ ପାରିବେ । କଳା ବିକାଶ କେନ୍ଦ୍ରପଟୁ  ଆସୁଥିବା ଗାଡି ପିଏଚ୍‌ଡି ଅଫିସ୍‌ ସାମ୍ନାରେ ବାମ ଦେଇ ଦୟାଶ୍ରମ ରାସ୍ତାରେ ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ଆନନ୍ଦ ଭବନ ସାମ୍ନା ପଡିଆରେ ଗାଡି ରଖି ସଭାସ୍ଥଳକୁ ଯାଇ ପାରିବେ । ଡାଇରୋକ୍ଟର ଅଫ୍‌ ଇଣ୍ଡଷ୍ଟ୍ରୀଜ ଛକଟାରୁ କୌଣସି ଗାଡି ଆଗକୁ ଯାଇ ପାରିବେ ନାହିଁ । ଆନନ୍ଦ ଭବନ ଗଡା, ବାରବାଟୀ ଦୂର୍ଗ ରାସ୍ତା, ସତ୍ୟାସାଇ ଗଳି ଓ ମଧୁସୂଦନଙ୍କ ପ୍ରତିମୂତ୍ତି ଆଗକୁ କୌଣସି ଗାଡି ସଭାସ୍ଥଳ ନିକଟକୁ ଯିବ ନାହିଁ ।  ହାଉଡା ମଟର ଛକ ଓ ମଣିସାହୁ ଛକ ଆଡୁ ଆସୁଥିବା ଗାଡି ହୋଟେଲ୍‌ ଗିରିନାର ଛକ ନିକଟରୁ  ଡାହାଣକୁ ଯାଇ  ଡିସିପି  ଅଫିସ୍‌ ସାମ୍ନା ଗଡାରେ ଯାଇ ତଳ ବାଲିଯାତ୍ରା ପଡିଆରେ ଗାଡି ରଖିପାରିବେ ।

ପାର୍କିଂସ୍ଥଳ

ତଳ ବାଲିଯାତ୍ରା ପଡିଆ, ଗୋରା କବର ପଡିଆ , ଆନନ୍ଦ ଭବନ ସାମ୍ନା ପଡିଆ, ଇଂଜିନିୟରିଂ ସ୍କୁଲ ପଡିଆ , ଦୟାଶ୍ରମ ସମ୍ମୁଖ ପଡିଆ, କାର୍ତ୍ତିକେଶ୍ୱର ଗଡା ପାଖ ପଡିଆ ।

Leave A Reply