ଖଣି ଚୋରି ମାମଲାରେ ଗୁଜରାଟ କଂଗ୍ରେସ ବିଧାୟକ ଦୋଷୀ  ସାବ୍ୟସ୍ତ,୩୩ ମାସ ଜେଲ୍, ସଭ୍ୟପଦ ରଦ୍ଦ

0

ଅହମଦାବାଦ: ଖଣିଜ ସମ୍ପଦ ଚୋରି ଅଭିଯୋଗରେ ଗୁଜରାଟ କଂଗ୍ରେସ ବିଧାୟକ ଭଗବାନ ବରାଡ ଦୋଷୀ ସାବ୍ୟସ୍ତ ହୋଇ ୩୩ ମାସ ଜେଲ୍ ଦଣ୍ଡାଦେଶ ପାଇଛନ୍ତି। ଦଣ୍ଡାଦେଶ ଆଧାରରେ ଭଗବାନଙ୍କ ବିଧାନସଭା ସଭ୍ୟପଦ ରଦ୍ଦ କରାଯାଇଛି। ମାର୍ଚ୍ଚ ୧ରେ ଅଦାଲତ ଭଗବାନଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଘୋଷଣା କରିବା ପରେ ବାଚସ୍ପତି ରାଜେନ୍ଦ୍ର ଦ୍ବିବେଦୀ ତାଙ୍କର ସଭ୍ୟ ପଦ ରଦ୍ଦ କରିଛନ୍ତି। ଜନ ପ୍ରତିନିଧି ଆଇନ ୧୯୫୧ର ଧାରା ୮(୩) ଅନୁଯାୟୀ କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ବର୍ଷରୁ ଅଧିକ ସମୟ ଜେଲ୍ ଦଣ୍ଡାଦେଶ ପାଇଲେ ସମ୍ପୃକ୍ତ ସଭ୍ୟଙ୍କ ସଭ୍ୟପଦ ରଦ୍ଦ ହୋଇଥାଏ। ଏହା ସହିତ ସମ୍ପୃକ୍ତ ରାଜନେତା ୬ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢିପାରିବେ ନାହିଁ। ସଭ୍ୟପଦ ରଦ୍ଦ ସମ୍ପର୍କିତ ବାଚସ୍ପତିଙ୍କ ନିଷ୍ପତ୍ତି ବାବଦରେ ଆଇନ ମନ୍ତ୍ରଣାଳୟ ଭଗବାନଙ୍କୁ ଅବଗତ କରାଇଛନ୍ତି। ୧୯୯୫ରେ ୨.୫କୋଟି ଟଙ୍କାର ଖଣିଜ ସମ୍ପଦ ଚୋରି ନେଇ ଭଗବାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଏବେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Leave A Reply