୨୦୧୮ ପାଇଁ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ମେକ୍ସିକୋ ଲଳନା ଭାନେସା ପୋନସେ

0

ବେଜିଂ : ମେକ୍ସିକୋ ଲଳନା ଭାନେସା ପୋନସେ ଦେ ଲିଓନ୍‍ ୨୦୧୮ ବର୍ଷ ପାଇଁ ବିଶ୍ୱ ସୁନ୍ଦରୀ ତାଜ ପିନ୍ଧିଛନ୍ତି। ଚୀନର ସାନ୍ୟା ସହରରେ ଶନିବାର ଆୟାଜିତ ୬୮ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ମେକ୍ସିକୋର ୨୬ ବର୍ଷିୟା ସୁନ୍ଦରୀ ଭାନେସା ୨୦୧୮ ବର୍ଷ ପାଇଁ ବିଶ୍ୱ ସୁନ୍ଦରୀ ହୋଇଛନ୍ତି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ୨୦୧୭ ବର୍ଷର ବିଶ୍ୱ ସୁନ୍ଦରୀ ଭାରତର ମାନୁଷୀ ଛିିଲର ତାଙ୍କୁ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧାଇଥିଲେ। ପ୍ରତିଯୋଗିତାରେ ସେ ୧୧୭ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଆଖ୍ୟା ଜିତିଛନ୍ତି। ଥାଇଲାଣ୍ଡର ନିକୋଲେନେ ପିଚାପା ଲିମ୍ସନୁକାନ ପ୍ରଥମ ରନର୍ସଅପ ହୋଇଛନ୍ତି। ଶୀର୍ଷ ୫ ମଧ୍ୟରେ ବେଲାରୁସର ମାରିଆ ମାଜିଲେଭିଚ୍‍, ଜାମାଇକାର କାଦିଜାହ ରୋବିନସନ ଏବଂ ଉଗାଣ୍ଡାର କ୍ୟୁନ୍‍ ଆବେନାକ୍ୟୋ ରହିଛନ୍ତି।
ତେବେ ଭାରତ ସୁନ୍ଦରୀ ଆନୁକ୍ରିତୀ ଭାସ ଶୀର୍ଷ ୩୦ ମଧ୍ୟରେ ପହଞ୍ଚିବାରେ ସଫଳ ହୋଇଥିଲେ। ମାତ୍ର ସେ ଶୀର୍ଷ ୧୨ ମଧ୍ୟରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି।

Leave A Reply