ମଧ୍ୟମ ସନ୍ତାନଙ୍କର ପାଇଁ ଦୁଃଖ

0

ଘରେ ଆପଣ ମଧ୍ୟମ ସନ୍ତାନ କି? ତିନ ଜଣକ ମଧ୍ୟରେ ଯେଉଁ ସନ୍ତାନ ମାନେ ଜନ୍ମ ଗ୍ରହଣ କରିଥାନ୍ତି, ସେମାନେ ସବୁ ସମୟରେ ଉଭୟ ବଡ ଏବଂ ସାନ ସନ୍ତାନଙ୍କ ଦ୍ୱାରା ଅବହେଳିତ ହୋଇଥାନ୍ତି। ଆମେରିକାର ଏକ ମାଗାଜିନରେ କୁହାଯାଇଛି ଯେ, ଆମାରିକାର ୪୦ ପ୍ରତିଶତ ଦମ୍ପତ୍ତିମାନେ ଚାରିରୁ ଅଧିକ ସନ୍ତାନ ଜନ୍ମ ଦେଇଥିବାବେଳେ, ୨୫ ପ୍ରତିଶତ ତିନୋଟି, ୨୪ ପ୍ରତିଶତ ଦୁଇଟି ଏବଂ ୧୧ ପ୍ରତିଶତ ଦମ୍ପତ୍ତି ଗୋଟିଏ ଲେଖାଏ ସନ୍ତାନ ଜନ୍ମ କରୁଛନ୍ତି। ପାଶ୍ଚତ୍ୟ ଦେଶ ମାନଙ୍କରେ ଦମ୍ପତ୍ତିମାନେ ଦୁଇଟି ସନ୍ତାନ ଜନ୍ମ ଦେବା ପାଇଁ ଆଶା କରୁଛନ୍ତି।
ତେବେ ତୃତୀୟ ସନ୍ତାନର କଣ ସବୁ ପରିସ୍ଥିତି ଦେଇ ଗତି କରନ୍ତି ଆସନ୍ତୁ ଜାଣିବା।
– ପ୍ରାଚୀନ ପରମ୍ପରା ଅନୁସାରେ ମଧ୍ୟମ ସନ୍ତାନ ମାନଙ୍କ ପ୍ରତି ରହିଆସିଥିବା ମନୋଭାବରେ ପରିବର୍ତ୍ତନ ଆସିବା ପାଇଁ ଲୋକମାନେ ତୃତୀୟ ସନ୍ତାନ ଗ୍ରହଣ କରୁନାହାନ୍ତି।
– ସର୍ଭେରୁ ଜଣାପଡିଛି ଯେ, ଅଧିକାଂଶ ମଧ୍ୟମ ସନ୍ତାନ ଆଶା ରଖିଥିବା ସ୍ନେହ ପରିବାରରୁ ମିଳିପାରି ନଥାଏ।
– ଘରର ମଧ୍ୟମ ସନ୍ତାନ ମାନଙ୍କୁ ଭିନ୍ନ ଧରଣର ମାନସିକତା ଦ୍ୱାରା ବ୍ୟବହାର କରିଥାନ୍ତି।
କିନ୍ତୁ ସମସ୍ତ ଆଲୋଚନା ପ୍ରର୍ଯ୍ୟାଲୋଚନା କରିବାପରେ ମଧ୍ୟ ମଧ୍ୟମ ସନ୍ତାନଙ୍କ ମଧ୍ୟରେ ଥିବା ବିଶେଷ ଗୁଣକୁ ଅବମାନନା କରାଯାଇପାରିବ ନାହିଁ। ଆମେରିକାର ୫୨ ପ୍ରତିଶତ ରାଷ୍ଟ୍ରପତି ପରିବାରର ମଧ୍ୟମ ସନ୍ତାନ। ନେଲସନ ମାଣ୍ଡେଲା, ବିଲ ଗେଟ୍ସ୍‍, ଆବ୍ରାହମ ଲିଙ୍କନ, ଆନେ ହାତୱେ, ୱାରେନ ବଫେଟ ଆଦି ରାଷ୍ଟ୍ରପତି ପରିବାରର ମଧ୍ୟମ ସନ୍ତାନ।

Leave A Reply