ମାଟି ହାଣୁଛନ୍ତି ୮୧.୫ ଲକ୍ଷ ଯୁବକ

0

ମନରେଗାରେ ପଞ୍ଜୀକୃତ ଦିନ ମଜୁରିଆ
-୧୮ରୁ ୩୦ବର୍ଷ: ୧୭,୫୦,୩୩୦ ଯୁବକ, – ୩୧ରୁ ୪୦ବର୍ଷ: ୬୪,୦୫,୪୧୫ ବ୍ୟକ୍ତି
– ମୟୂରଭଞ୍ଜ ପ୍ରଥମ, ଦ୍ବିତୀୟରେ ଗଞ୍ଜାମ, – ଓଡ଼ିଆ ଯୁବକଙ୍କୁ ମିଳୁନି ଶିଳ୍ପରେ ନିଯୁକ୍ତି

ଅନୁଗୋଳ  : ରାଜ୍ୟରେ ଯୁବକ ମାନଙ୍କ ପାଇଁ କର୍ମ ନିଯୁକ୍ତି ଏକ ପ୍ରକାରର ସ୍ୱପ୍ନ ହୋଇଯାଇଛି। ବିକାଶ ଆଳରେ ରାଜ୍ୟରେ ଦ୍ରୁତଶିଳ୍ପାୟନ ହୋଇଛି; ମାତ୍ର ସେହି ସମସ୍ତ ଶିଳ୍ପରେ ରାଜ୍ୟ ବାହାରର ଲୋକଙ୍କୁ ପ୍ରାଥମିକତା ଦିଆଯାଇଛି। ଯା ଫଳରେ ଆମ ରାଜ୍ୟରେ ଥିବା ଯୁବକ ମାନେ ବେକାର ହୋଇ ବସିଛନ୍ତି। ଅନ୍ୟ ଉପାୟ ନପାଇଁ ଦିନ ମଜୁରିଆ ଭାବରେ ମାଟି ହାଣୁଛନ୍ତି। ଉପେକ୍ଷିତ ଯୁବ ବର୍ଗ ଏବେ ଏକ ପ୍ରକାରର ଅସହାୟ ହେଇପଡିଛି। ସରକାରୀ ରିପୋର୍ଟ ହିଁ ରାଜ୍ୟର ଯୁବ ବିକାଶର ନଗ୍ନ ଚିତ୍ରକୁ ପଦାରେ ପକାଇ ଦେଇଛି। ସମଗ୍ର ରାଜ୍ୟରେ ସାଢେ ୮୧ଲକ୍ଷ ଯୁବକ ଦିନ ମଜୁରିଆ ଭାବରେ କାମ କରୁଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୧୭ ଲକ୍ଷ ୫୦ ହଜାର ଯୁବକ ୧୮ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ୬୪ଲକ୍ଷ ୩୧ରୁ ୪୦ ବର୍ଷ ମଧ୍ୟରେ ରହିଛନ୍ତି। ମଜୁରିଆ ଭାବରେ କାମ କରି ନିଜର ଓ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି।
ସରକାରି ରିପୋର୍ଟ ଅନୁସାରେ ରାଜ୍ୟରେ ୧୮ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ୮୧ଲକ୍ଷ ୫୫୭୪୫ ଜଣ ଯୁବକ ଦିନ ମଜୁରିଆ ଭାବରେ କାମ କରୁଛନ୍ତି। କାମ ନମିଳିଲେ ଭୋକ ଓପାସରେ ଦିନ କାଟୁଛନ୍ତି। ମିଳିଥିବା ସୂଚନା ଅନୁସାରେ ଓଡିଶାରେ ୧୮ବର୍ଷରୁ ୩୦ ବର୍ଷ ମଧ୍ୟରେ ଥିବା ୧୭ଲକ୍ଷ ୫୦୩୩୦ ଜଣ ଯୁବକ ଦିନ ମଜୁରିଆ ରହିଥିବା ବେଳେ ୩୧ରୁ ୪୦ ବର୍ଷ ମଧ୍ୟରେ ୬୪ ଲକ୍ଷ ୫୪୧୫ ଜଣ ଯୁବକ ଦିନ ମଜୁରିଆ ରହିଛନ୍ତି। ସମସ୍ତ ଯୁବକ ମନରେଗା ରେ ନାମ ପଞ୍ଜିକରଣ କରିଛନ୍ତି। ମନରେଗାରେ କେବଳ ମାଟି କାମ କରାଯାଉଥିବା ରୁ ଯୁବକ ମାନେ ମାଟି ହାଣୁଥିବା ଜଣା ପଡିଛି। ଜବକାର୍ଡ ଅନୁସାରେ କିଛି କିଛି କାମ ପାଉଛନ୍ତି। କାମ ପାଇଁ ବିଧିବଦ୍ଧ ଭାବରେ ଆବେଦନ କରୁଛନ୍ତି। ସେଥି ମଧ୍ୟରୁ ପ୍ରଥମିକତା ଓ ଆବଶ୍ୟକତା ଅନୁସାରେ କାମ ପ୍ରଦାନ କରାଯାଉଛି। ସମସ୍ତେ କାମ ପାଉ ନଥିବା ବେଳେ ଅଧିକାଂଶ କାମ ପାଉ ନହାନ୍ତି। ଗତ ୨୦୧୭-୧୮ଆର୍ଥକ ବର୍ଷରେ ମାତ୍ର୧୪ଲକ୍ଷ ୬୩ ହଜାର ୮୬୧ ଜଣ ଯୁବକ କାମ ପାଇଥିଲା ବେଳେ ଅନ୍ୟମାନେ କାମ ପାଇ ନାହାନ୍ତି। ସେହିପରି ଚଳିତ ଆର୍ଥିକ ବର୍ଷରେ ଆଜିଯାଏ ମାତ୍ର ୩୧୫୫୩୨ ଜଣ ଯୁବକ କାମ ପାଇଛନ୍ତି।
ମୟୁରଭଞ୍ଜ ଜିଲାରେ ସର୍ବାଧିକ ୬୯୬୮୧୪ ଜଣ ଯୁବକ ଦିନ ମଜୁରିଆ ରହିଥିବା ବେଳେ ଦ୍ୱିତୀୟରେ ଗଞ୍ଜାମ ଜିଲା ରହିଛି। ଏହି ଜିଲାରେ ୬୨୭୪୫୮ ଜଣ ଯୁବକ ଦିନ ମଜୁରିଆ ଭାବରେ କାମ କରୁଛନ୍ତି। ତୃତୀୟରେ ସୁନ୍ଦରଗଡ ଜିଲାରେ ୪୭୧୦୬୯ ଜଣ ଯୁବକ ଦିନ ମଜୁରିଆ ରହିଛନ୍ତି। ଚତୁର୍ଥ ସ୍ଥାନରେ କେନ୍ଦୁଝର ଜିଲା। ଏହି ଜିଲାରେ ୪୨୯୬୭୨ ଜଣ ଯୁବକ ଦିନ ମଜୁରିଆ ଭାବରେ ପଞ୍ଜିକୃତ ହୋଇଛନ୍ତି। କଟକ ଜିଲାରେ ୩୬୯୬୨୯ ଜଣ ଯୁବକ ଦିନ ମଜୁରିଆ ରହିଥିବା ବେଳେ ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲାରେ ୯୫୩୧୬ ଜଣ ଯୁବକ ଦିନ ମଜୁରିଆ ରହିଥିବା ଜଣାପଡିଛି। ବଲାଙ୍ଗିର ଜିଲାରେ ୨୪୭୨୭୪ ଜଣ ,ସୋନପୁରରେ ୧୧୨୦୧୮ ଜଣ ଯୁବକ ଦିନ ମଜୁରିଆ ରହିଛନ୍ତି। ସୋହିପରି ଅନୁଗୋଳ ଜିଲାରେ ୨୧୫୪୭୧ ଜଣ,ବାଲେଶ୍ୱର ଜିଲାରେ ୨୮୫୭୪୬ ଜଣ,ବରଗଡରେ ୨୩୬୬୭୪ଜଣ, ଭଦ୍ରକ ଜିଲାରେ ୧୯୬୦୬୩ ଜଣ,ବୌଦ୍ଧ ଜିଲାରେ ୧୧୩୫୫୨୩ ଜଣ,ଦେବଗଡ ଜିଲାରେ ୮୦୯୦୯ ଜଣ,ଢେଙ୍କାନାଳ ଜିଲାରେ ରେ ୨୧୬୪୧୪ ଜଣ, ଗଜପତି ଜିଲାରେ ୨୦୧୧୭୮ ଜଣ, ଜଗତସିଂପୁର ଜିଲାରେ ୨୦୪୩୭୬ ଜଣ, ଯାଜପୁର ଜିଲାରେ୨୪୨୬୨୩ ଜଣ, କଳାହାଣ୍ଡି ଜିଲାରେ ୩୨୩୩୦୩ ଜଣ,କନ୍ଧମାଳ ଜିଲାରେ ୨୪୪୭୯୭ ଜଣ,କେନ୍ଦ୍ରପଡା ଜିଲାରେ ୨୩୫୭୯୩ ଜଣ,ଖୋର୍ଧା ଜିଲାରେ ୨୦୮୩୫୧ ଜଣ,କୋରାପୁଟଜିଲାରେ ୩୩୫୩୬୪ ଜଣ,ମାଲକାନାଗିରି ଜିଲାରେ୧୮୯୬୭୧ ଜଣ, ନବରଙ୍ଗପୁର ଜିଲାରେ୨୮୧୮୦୦ ଜଣ,ନୟାଗଡ ଜିଲାରେ ୨୨୫୫୭୫ ଜଣ,ନୂଆପଡା ଜିଲାରେ ୨୦୭୬୪୫ ଜଣ,ପୁରୀ ଜିଲାରେ ୩୩୮୨୩୫ ଜଣ ରାୟଗଡା ଜିଲାରେ ୨୬୦୨୬୭ ଜଣ ଦିନମଜୁରିଆ ରହିଥିବା ବେଳେ ସମ୍ବଲପୁର ଜିଲାରେ୧୭୯୪୯୬ ଜଣ ଯୁବକ ଦିନ ମଜୁରିଆ ରହିଛନ୍ତି। ରାଜ୍ୟରେ ଏତେ ସଂଖ୍ୟକ ଯୁବ ବର୍ଗ ଦିନ ମଜୁରିଆ ଭାବରେ କାମ କରୁଥିବା ବେଳେ ଦୃତ ଶିଳ୍ପାୟନରେ କେବଳ ବାହାର ତଥା ଅଣ ଓଡିଆଲୋକଙ୍କ ଲାଭ ହୋଇଛି। କାରଣ ମଧ୍ୟ ସ୍ପଷ୍ଟ। ସମସ୍ତ କଳକାରଖାନାରେ ଅଧିକାଂଶ ବାହାର ରାଜ୍ୟର ଯୁବକଙ୍କୁ ନିଯୁକ୍ତି ମିଳିଥିବା ଜଣାପଡିଛି। ରାଜ୍ୟ ରାଜକୋଷକୁ ରାଜସ୍ୱ ଆୟ ପାଇଁ ସରକାର ଏପରି କରୁଥିବା ବେଳେ ଯୁବ ବର୍ଗ ର ଭବିଷ୍ୟତ ସନ୍ଦିହାନ ହୋଇପଡିଛି।

Leave A Reply